ଅଭିନବ ଷ୍ଟାର୍ଟଅପ୍‌: ମାସିକିଆ ଦରମାଦେଇ ଡକାୟତି ଗ୍ୟାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଅଭିନବ ଷ୍ଟାର୍ଟଅପ୍‌: ମାସିକିଆ ଦରମାଦେଇ ଡକାୟତି ଗ୍ୟାଙ୍ଗ

ଜୟପୁର (ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଜଣେ ୨୧ ବର୍ଷର ଯୁବକ ଏପରି ନିଯୁକ୍ତି ଦେଉଛନ୍ତି ଯାହା ବିଷୟରେ ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ।

ଆଜ୍ଞା ହଁ, ବେକାର ଯୁବକଙ୍କୁ ଟାର୍ଗେଟ୍ କରି ସେ ନିଯୁକ୍ତି ଦେଉଥିଲେ ଏବଂ କାମ ଥିଲା ମୋଟରସାଇକେଲ୍‌ ଚୋରି, ସୁନା ଚେନ୍‌ ଚୋରି, ମୋବାଇଲ୍‌ ଫୋନ୍‌ ଚୋରି। ମାସିକିଆ ଦରମା ୧୫ ହଜାର ଟଙ୍କା ଏବଂ ଟାର୍ଗେଟ୍ ଦିନକୁ ଗୋଟିଏ ଅପରାଧ। ଆଉ ହଁ ଯେଉଁ ଦିନ ଅପରାଧ ବନ୍ଦ, ସେଦିନ ଦରମା ବି ବନ୍ଦ।

ଏମିତି ଏକ ଗ୍ୟାଙ୍ଗର ମୁଖିଆ ଆଶିଷ ମୀନା ସମେତ ୭ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଲଗାତାର ସୁନା ଚେନ୍‌ ଏବଂ ମୋବାଇଲ୍ ଛିନ୍‌ତାଇ ଘଟଣା ସାମ୍ନାକୁ ଆସିବା ପରେ ସିସି ଟିଭି ଫୁଟେଜ୍‌ ଦେଖିଥିଲା ପୁଲିସ୍‌। ଆଉ ତା’ପରେ ଏହି ଗ୍ୟାଙ୍ଗ୍‌କୁ ଏକାଥରେ ଗୋଟିଏ ଭଡ଼ା ଘରୁ ଗିରଫ କରାଯାଇଥିଲା।

ସେମାନଙ୍କ ନିକଟରୁ ୫୩ଟି ମୋବାଇଲ୍‌ ଫୋନ୍, ଲ୍ୟାପ୍‌ଟପ୍‌, ୨ଟି ଚେନ୍‌ ଏବଂ ୪ଟି ମୋଟରସାଇକେଲ୍‌ ଜବତ କରାଯାଇଛି। ସମୁଦାୟ ୬ ଜଣ ବେକାର ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଗତ ଜୁଲାଇରେ ମୁଖିଆ ଆଶିଷ ସେମାନଙ୍କୁ ନିଯୁକ୍ତି ଦେଇଥିଲା।



from Odisha Reporter https://ift.tt/2A3YMNB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages