ଆଇପିଏସ ଅଦଳବଦଳକୁ ନେଇ ବ୍ୟାପକ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଆଇପିଏସ ଅଦଳବଦଳକୁ ନେଇ ବ୍ୟାପକ ଚର୍ଚ୍ଚା

IPS

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ତେବେ ଏହି ଅଦଳବଦଳ ପରେ ପୁଲିସ ପ୍ରଶାସନରେ ଥିବା କନ୍ଦଳ ଏବେ ପଦାରେ ପଡ଼ିଛି ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୧୯୮୪ ବ୍ୟାଚ ଆଇପିଏସ ଆରପି ସିଂହଙ୍କୁ ଜେଲ ଡିଜି ଓ ନିର୍ଦ୍ଦେଶକ(କରେକ୍ସନାଲ ସର୍ଭିସ) ଭାବେ ଅବସ୍ଥାପିତ କରିଯାଇଛି। ଶ୍ରୀ ସିଂହ ଆସନ୍ତାମାସ ସରକାରୀ ଚାକିରିରୁ ଅବସର ନେବେ।

ସେହିପରି ୧୯୮୮ ବ୍ୟାଚ ଆଇପିଏସ୍ ଅତିରିକ୍ତ ଡିଜି(ଜେଲ୍) ବିଏନ୍ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ୩ମାସ ପୂର୍ବରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଡିଆଇଜି ଭାବେ ନିଯୁକ୍ତି ପାଇଥିବା ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲଙ୍କୁ ଓଡ଼ିଶା ଆର୍ମଡ ପୁଲିସ(ଓଏସଏପି) ଡିଆଇଜି ଭାବେ ବଦଳି କରାଯାଇଛି।

ଗୃହ ବିଭାଗରେ ବରିଷ୍ଠ ଆଇପିଏସ ଅଫିସର ସନ୍ତୋଷ ବାଲା ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଥିବାବେଳେ ଏଡିଜି ପାହ୍ୟାର ଅଫିସର ଶ୍ରୀ ଝା’ଙ୍କୁ ଗୃହ ବିଭାଗରେ ଅବସ୍ଥାପିତ କରାଇବା ଏବେ ପୁଲିସ ପ୍ରଶାସନରେ ଆଲୋଚ୍ୟ ବିଷୟ ପାଲଟିଛି। ସେହିପରି ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରି ତାଙ୍କର ସାମ୍ରାଜ୍ୟକୁ ତଳିତଳାନ୍ତ କରିବାର ଶ୍ରେୟ ନେଇଥିବା ଦକ୍ଷ ଅଫିସର ହିମାଂଶୁ ଲାଲଙ୍କୁ ଏକ ଅଲୋଡ଼ା ସ୍ଥାନକୁ ପଠାଇ ଦିଆଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ୨୦୦୦ ବ୍ୟାଚ ଆଇପିଏସ ଯତୀନ୍ଦ୍ର କୋଏଲଙ୍କୁ ସ୍ପେଶାଲ ଟାସ୍କ ଫୋର୍ସର ଆଇଜି ଭାବେ ବଦଳି କରାଯାଇଥିବାବେଳେ ୨୦୦୧ ଆଇପିଏସ ସୂର‌୍ୟା ଥାଙ୍କପନଙ୍କୁ ଭିଜିଲାନ୍ସ ଡିଆଇଜି, ବରିଷ୍ଠ ଓପିଏସ ପ୍ରଭାକର ସ୍ୱାଇଁଙ୍କୁ ବୈରୀ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଇନଚାର୍ଜ ଏସପି ଓ ବରିଷ୍ଠ ଓପିଏସ ଶ୍ରୀକୃଷ୍ଣ ବେହେରାଙ୍କୁ ଭୁବନେଶ୍ୱରରେ ମେରାଇନ ପୁଲିସର ଅତିରିକ୍ତ ଆଇଜି(ଇନଚାର୍ଜ) ଭାବେ ବଦଳି କରାଯାଇଛି ।



from Odisha Reporter https://ift.tt/2Ph6yfd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages