କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

maa2

ବଲାଙ୍ଗିର (ସସ୍ମିତା ସାହୁ): ଆଜି ହେଉଛି ନବରାତ୍ରର ସପ୍ତମ ଦିନ। ଏହି ଅବସରରେ ବଲାଙ୍ଗିର ସହରର ଇଷ୍ଟଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି।

ଏହା ମା’ଙ୍କର ଅତି ଭୟଙ୍କର ବେଶ। ଦେବୀଙ୍କର ଏହି ବେଶ ଜ୍ଞାନ ଓ ବୈରାଗ୍ୟ ପ୍ରଦାନ କରିଥାଏ।

କାଳରାତ୍ରୀ ବେଶରେ ମା’ଙ୍କ ମୁଁହ କଳା ରଙ୍ଗର ହୋଇଥାଏ। ତାଙ୍କ ବସ୍ତ୍ର ଓ ଅଳଙ୍କାର ବି କଳା ରଙ୍ଗର ହୋଇଥାଏ।

kalaratreebeshaଏହି ବେଶରେ ମା’ ଗଧ ଉପରେ ବସନ୍ତି ଓ ହାତରେ ଖଣ୍ଡା ଧାରଣ କରନ୍ତି। ଏହି ବେଶରେ ମା’ ଭୟଙ୍କର ଦିଶୁ ଥିଲେ ହେଁ ଭାରି ଶାନ୍ତ ଥାଆନ୍ତି।

ମା’ଙ୍କ ଏହି ବେଶକୁ ଦର୍ଶନ କଲେ ଭକ୍ତମାନଙ୍କୁ କଷ୍ଟ ଦେଉଥିବା ଦୁଷ୍ଟ ଶକ୍ତି ପଳାୟନ କରିଥାଏ ବୋଲି ବିଶ୍ୱାସ ରହିଛି। ତା’ସହିତ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହିତ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ମା’ଙ୍କ ଏହି ବେଶ ଦେଖିବାକୁ ମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଛି।



from Odisha Reporter https://ift.tt/2pUkvl1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages