
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତିନି ଜଣ ଯୁବକ ରାତିରେ ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲେ। ହେଲେ ଘରେ ପଶିବା ପରେ ସେମାନଙ୍କ ମନକୁ ପାପ ଛୁଇଁ ଥିଲା। ଚୋରି କରିଥିଲେ, ତା’ସହିତ ଘରେ ଶୋଇଥିବା ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ।
ଜିଲ୍ଲାର ପୋଲସରା ବ୍ଲକ୍ ବାଲିସାହି ଫାଣ୍ଡି ଅଞ୍ଚଳରେ ଏ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଘରେ ସମସ୍ତେ ଶୋଇଥିବା ବେଳେ ତିନି ଜଣ ଚୋର ପଶିଥିଲେ। ସେମାନେ ଘରୁ ଟଙ୍କା,ସୁନା ଆଦି ଚୋରି କରିବା ସହିତ ନାବାଳିକାଙ୍କୁ ଉଠାଇ ନେଇଥିଲେ। ଝିଅଟିକୁ ଘରଠାରୁ ଅଳ୍ପ ଦୂରକୁ ନେଇ ଚୋରମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଝିଅଟିକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/2DewZfZ
No comments:
Post a Comment