ନ୍ୟାୟପାଳିକାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ, ଅପିଲ କଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ନ୍ୟାୟପାଳିକାର ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ, ଅପିଲ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତ ଦେଢମାସ ହେଲା ପୁଲିସ୍ ଓ ଓକିଲଙ୍କୁ ନେଇ ଉପୁଜିଥିବା ବିବାଦ ଏବଂ ଏହାଦ୍ୱାରା ହୋଇଥିବା ଅଦାଲତ ଅଚଳାବସ୍ଥାକୁ ଦୂର ଲାଗି ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସାମାଜିକ ଗଣମାଧ୍ୟମରେ ସେ ଏକ ଭିଡିଓ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଦୀର୍ଘଦିନ ଧରି  ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ଏହାଠାରୁ ତାଙ୍କର ଅପାରଗତାର ବଡ଼ ଉଦାହରଣ ଆଉ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ଦଶହରା ପରେ ସମସ୍ତେ ନିଜ ନିଜ କାମକୁ ଫେରିଛନ୍ତି। ଓକିଲ ଓ ପୁଲିସ ବନ୍ଧୁ ମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ତା’ର ସମାଧାନ ରାସ୍ତା ଏଯାଏ ବାହାରିନି । ଅଦାଲତ୍ କାର୍ଯ୍ୟ ସ୍ୱାଭାବିକ ହୋଇ ପାରୁନଥିବାରୁ ସାଧାରଣ ଲୋକଟିଏ ଏଥିର ପେଷି ହୋଇଗଲାଣି ।

ଅନେକ ଲୋକଙ୍କ ଚାକିରି, ଜମିଜମା ବିବାଦ, ସାମାନ୍ୟ ଜାମିନ୍ କୋର୍ଟରେ ହୋଇପାରୁନି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ସାମ୍ନାସାମ୍ନି ପରିସ୍ଥିତି ସୃଷ୍ଟି ହୋଇଛି ।

ଏହାର ସମଧାନ କିପରି ବାହାରିବ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଆବଶ୍ୟକ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଢ଼ରୁ ଦୁଇମାସ ହେଲା ଏମିତି ସ୍ଥିତି ଲାଗି ରହିଛି। ଏହା ଯେତେଶୀଘ୍ର ସମାଧାନ ହେବ ଗରିବ ଲୋକ ଓ  ସାଧାରଣ ଲୋକ ନ୍ୟାୟ ପାଇବେ । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର । ସେ ପ୍ରଶ୍ନ କରିଛନ୍ତି ଯେ, ତାଙ୍କର ଡିଜି କ’ଣ କରୁଛନ୍ତି ? ମୁଖ୍ୟଶାସନ ସଚିବଙ୍କ ଭୂମିକା ଅଛି କି ନାହିଁ ? ସମାଧାନ ପାଇଁ ଦାୟିତ୍ୱ କାହାକୁ ଦେବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁ କଥାରେ ଆଗରେ ପଡ଼ି ହସ୍ତକ୍ଷେପ କରୁଥିବା ମୁଖ୍ୟମନ୍ତ୍ରୀ ଏଥିରେ ବି ହସ୍ତକ୍ଷେପ କରିବାକୁ ସେ ଅପିଲ୍ କରିଛନ୍ତି ।



from Odisha Reporter https://ift.tt/2OJz7CT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages