
ଜଳେଶ୍ୱର (ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ପଥରେଶ୍ୱର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଦୁଘର୍ଟଣାକୁ କେନ୍ଦ୍ର କରି ୩ ଜଣ ଯୁବକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ବ୍ୟକ୍ତିଙ୍କ ନାଁ ହରିଶ୍ଚନ୍ଦ୍ର କମିଳା। ତାଙ୍କ ଘର ବସ୍ତା ବ୍ଲକ୍ ସିଂଲା ଥାନା ଅଞ୍ଚଳରେ। ସେ ରଣକୋଠା ଛକରେ ୨୫ ବର୍ଷ ହେବ ଗହଣା ବ୍ୟବସାୟ କରୁଥିଲେ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରଣକୋଠା ଗାଁର ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ହରିଶ୍ଚନ୍ଦ୍ର ତାଙ୍କ ଓମିନି ଭ୍ୟାନ୍ରେ ମହିଳାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିଲେ। ଏହି ସମୟରେ ପଥରେଶ୍ୱର ଛକରେ ଏକ ବାଇକ୍ ସହ ତାଙ୍କ ଭ୍ୟାନ୍ର ଧକ୍କା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୩ ଜଣ ଯାକ ବାଇକ୍ ଆରୋହୀ ହରିଶ୍ଚନ୍ଦ୍ରଙ୍କୁ ବହୁତ ମାଡ଼ ମାରି ଥିଲେ।
ହରିଶ୍ଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ୍ ବାଇକ୍କୁ ଜବତ କରିଛି। ଏଥିସହ ଜଣେ ବାଇକ୍ ଆରୋହୀକୁ ଗିରଫ କରିଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ ଦରିଚ।
from Odisha Reporter https://ift.tt/2O6n5TG
No comments:
Post a Comment