ସଚିନ୍‌ଙ୍କୁ ପଛରେ ପକାଇ ଦେଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ସଚିନ୍‌ଙ୍କୁ ପଛରେ ପକାଇ ଦେଲେ ବିରାଟ

virat

ରାଜ୍‌କୋଟ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ ଓପନର୍‌ ପୃଥ୍ୱୀ ଶ ଶତକ କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି।

ସେ ୧୮୪ଟି ବଲ୍‌ରେ ୧୦୦ ରନ୍ ପୂରଣ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା।

ଏହା ହେଉଛି ବିରାଟଙ୍କ ୨୪ତମ ଟେଷ୍ଟ ଶତକ। ସେ ତାଙ୍କର ୧୨୩ତମ ଇନିଂସରୁ ୨୪ତମ ଶତକ ହାସଲ କରିଛନ୍ତି। ଏ ମାମଲାରେ ସେ ସଚିନ ତେନ୍ଦୁଲକରଙ୍କୁ ବି ପଛରେ ପକାଇ ଦେଇଛନ୍ତି। କାରଣ ସଚିନ୍ ୧୨୫ତମ ଇନିଂସ୍‌ରେ ତାଙ୍କର ୨୪ତମ ଟେଷ୍ଟ ଶତକ ହାସଲ କରିଥିଲେ।

ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ସାର୍ ଡନ୍ ବ୍ରାଡ୍‌ମ୍ୟାନ୍‌ ୬୬ଟି ଇନିଂସ୍‌ରେ ୨୪ଟି ଶତକ ମାରିଥିଲେ।

ଟେଷ୍ଟ ଶତକରେ ସେ ବୀରେନ୍ଦ୍ର ସେହୱାଗଙ୍କୁ ଟପି ଯାଇଛନ୍ତି। ସେହୱାଗ ୨୩ଟି ଟେଷ୍ଟ ଶତକ କରିଥିଲେ। ଏବେ ତାଙ୍କ ଆଗରେ ଭାରତୀୟ ଖେଳାଳି ଭାବେ କେବଳ ସୁନୀଲ ଗାଭାସ୍କର (୩୪), ରାହୁଲ ଦ୍ରାବିଡ଼ (୩୬) ଓ ସଚିନ୍ ତେନ୍ଦୁଲକର (୫୧) ଅଛନ୍ତି।

ଚଳିତ ବର୍ଷ ଏହା ହେଉଛି କୋହଲିଙ୍କ ଚତୁର୍ଥ ଟେଷ୍ଟ ଶତକ। ୧୦ଟି ଟେଷ୍ଟରୁ ସେ ୪ଟି ଶତକ ହାସଲ କରିଛନ୍ତି। ତୃତୀୟ ଶତକଟି ସେ ଇଂଲଣ୍ଡ ବିପକ୍ଷରେ ମାରିଥିଲେ।



from Odisha Reporter https://ift.tt/2OFUaVQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages