ଲୁଚି ଲୁଚି ନିର୍ବନ୍ଧ କଲେ ଏହି ଟେଲି ଅଭିନେତ୍ରୀ, ଫଟୋ ହେଲା ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଲୁଚି ଲୁଚି ନିର୍ବନ୍ଧ କଲେ ଏହି ଟେଲି ଅଭିନେତ୍ରୀ, ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ:‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତ୍ରୀ ଜଣକ କୁଆଡେ ଲୁଚି ଲୁଚି ନିର୍ବନ୍ଧ କରିଛନ୍ତି। ଆଉ ଏବେ ତାଙ୍କ ନିର୍ବନ୍ଧର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭଇରାଲ୍‌ ହେଲା ପରେ ସାମ୍ନାକୁ ଆସିଛି । ଜାଣିଛନ୍ତି, ସେ ଅଭିନେତ୍ରୀ ଜଣକ କିଏ?

ସେ ହେଉଛନ୍ତି ଏହି ଶୋ’ର ମୁଖ୍ୟ ଚରିତ୍ରରେ ଥିବା କାର୍ତ୍ତିକ୍‌ଙ୍କ ଭଉଣୀ କିର୍ତ୍ତୀ ତଥା ରାଜକୁମାରୀ ମୋହିନା କୁମାରୀ ସିଂହ। ମୋହିନା ଲୁଚିକି ନିର୍ବନ୍ଧ କରିଛନ୍ତି ବୋଲି ଏବେ କଥା ଦାଣ୍ଡରେ ପଡି ହାଟରେ ଗଡୁଛି।  ସୋଶାଲ୍‌ ମିଡିଆରେ ତାଙ୍କର ଯେଉଁଫଟୋ ଭାଇରାଲ୍‌ ହେଉଛି ସେଥିରେ ସେ ତାଙ୍କ ଭାବୀ ସ୍ୱାମୀଙ୍କ ଫାଖରେ ଛିଡ଼ା ହୋଇଛନ୍ତି। ମୋହିନା ପିଚ୍‌ ଏବଂ ଲାଇଟ୍‌ ଗ୍ରୀନ୍‌ ରଙ୍ଗର ଲେହେଙ୍ଗା ପିନ୍ଧି ଖୁବ୍‌ ସୁନ୍ଦର ଲାଗୁଛନ୍ତି। ତାଙ୍କ ଭାବୀ ସ୍ୱାମୀ ସେର୍‌ୱାନୀ ଓ ପଗଡ଼ୀ ପିନ୍ଧିଥିବା ଉକ୍ତ ଫଟୋରୁ ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବରକ, ମୋହିନା ନିର୍ବନ୍ଧ ପାଇଁ ଶୋ’ରୁ ୩ ଦିନ ଛୁଟି ନେଇଥିଲେ।  ସେଥିପାଇଁ ୩ କିମ୍ବା ୪ଟି ଏପିସୋଡ୍‌ରେ ତାଙ୍କ ଦେଖା ମିଳି ନ ଥିଲେ। ଏମିତି କୁହାଯାଉଥିଲା ସେ ସେମିନାରରେ ଭାଗ ନେବା ପାଇଁ ଛୁଟି ନେଇଛନ୍ତି। କିନ୍ତୁ ଏବେ “ଦୁଧ କା ଦୁଧ ଆଉ ପାନି କା ପାନି” ହୋଇଯାଇଛି। ତାଙ୍କ ନିର୍ବନ୍ଧ  ମଧ୍ୟପ୍ରଦେଶର ରିଭିଆରେ ହୋଇଛି।

ସୂଚନାଯୋଗ୍ୟ ଯେ, ମୋହିନା ରିଅଲ୍‌ ଲାଇଫ୍‌ରେ ରିଭାର ରାଜ୍‌ କୁମାରୀ। ତାଙ୍କ ବାପା ରିଭାର ରାଜା ଥିଲେ। କିନ୍ତୁ ନିର୍ବନ୍ଧ ଫଙ୍କସନ୍‌ ଖୁବ୍‌ ସାଧାରଣ ଭାବେ ସମ୍ପନ୍ନ ହୋଇଛି। ତାଙ୍କ ବାହାଘର ବି ଏହି ଡିସେମ୍ବରରେ ହେବ ବୋଲି ସୂଚନା ମିଳିଛି।

ମୋହିନା ଏବେ ଟିଭି ଦୁନିଆର ଜଣେ ଲୋକପ୍ରିୟ ଚେହେରା ।  ସେ ସିରିଏଲ୍‌ ପୂର୍ବରୁ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୩’ରେ ନଜର ଆସିଥିଲେ।  ମୋହିନା ଜଣେ ଭଲ ଡ୍ୟାନ୍ସର ଓ କୋରିଓ ଗ୍ରାଫର ମଧ୍ୟ।



from Odisha Reporter https://ift.tt/2S1dewB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages