ବାହା ହେବାକୁ ମନା କରିବାରୁ ମାରି ଦେବାକୁ ଦୁବାଇରୁ ଚାକିରି ଛାଡ଼ି ଆସିଥିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ବାହା ହେବାକୁ ମନା କରିବାରୁ ମାରି ଦେବାକୁ ଦୁବାଇରୁ ଚାକିରି ଛାଡ଼ି ଆସିଥିଲେ…

pppp

ଜଳେଶ୍ୱର (ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ଶ୍ୟାମନନ୍ଦିପୁର ଗାଁରେ ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ସନିଆ ହୁଇ।

ସନିଆଙ୍କ ଘର କେନ୍ଦ୍ରାପଡ଼ା ଗାଁରେ। ପ୍ରେମରେ ବିଫଳ ହୋଇ ସନିଆ ଏହି ମହିଳାଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସନିଆ ଦୁବାଇରେ ଚାକିରି କରିବା ସମୟରେ ସୋଶାଲ୍ ମିଡିଆ ଜରିଆରେ ଶ୍ୟାମନନ୍ଦିପୁର ଗାଁର ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଲେ। ଧୀରେ ଧୀରେ ଏହି ଯୁବତୀଙ୍କୁ ସେ ଭଲ ପାଇ ବସିଲେ। ସେ ତାଙ୍କୁ ବାହା ହେବା ପାଇଁ ପ୍ରସ୍ତାବ ଦେଲେ। ହେଲେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏହା ପରେ ସେ ଖୁବ୍ ରାଗି ଯାଇଥିଲେ।

ଯୁବତୀ ଜଣଙ୍କୁ ହତ୍ୟା କରିବା ପାଇଁ ସନିଆ ଦୁବାଇରୁ ଚାକିରି ଛାଡ଼ି ଗାଁକୁ ଆସିଥିଲେ। ତେବେ ଯୁବତୀ ଜଣଙ୍କ ଘରେ ନଥିବା ଦେଖି ତାଙ୍କ ମାଆଙ୍କୁ କଟୁରୀରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପୁଲିସ୍‌ ଅଭିଯୁକ୍ତ ସନିଆର ପାସ୍‌ପୋର୍ଟ ଜବତ କରିଛି।



from Odisha Reporter https://ift.tt/2pGSmhq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages