#Me Too ଅଭିଯାନ ଏକ ଫ୍ୟାଶନ୍‌ ହୋଇ ଗଲାଣି: ସୁଭାଷ ଘାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

#Me Too ଅଭିଯାନ ଏକ ଫ୍ୟାଶନ୍‌ ହୋଇ ଗଲାଣି: ସୁଭାଷ ଘାଇ

puspa1

ନୂଆଦିଲ୍ଲୀ: ଦିନକୁ ଦିନ #me too ଅଭିଯାନ ତୀବ୍ର ହେବାରେ ଲାଗିଛି। ଜଣକ ପରେ ଜଣେ ମହିଳା ନିଜ ଉପରେ ହୋଇଥିବା ଯୌନ ଉତ୍ପୀଡ଼ନ ଘଟଣାରେ ନ୍ୟାୟ ପାଇବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଭାଷ ଘାଇ। ତାଙ୍କ ଉପରେ ଅଭିଯୋଗ ଲଗାଇଥିବା ମହିଳା ଜଣକ ହେଉଛନ୍ତି, ଲେଖିକା ମହିମା କୁକ୍ରେଜା। ସେ ଏହି ବିଷୟରେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ସର୍ବସାଧାରଣଙ୍କୁ ଜଣାଇଛନ୍ତି। ଏହି ମହିଳା ଜଣକ ସୁଭାଷ ଘାଇଙ୍କ ଅଫିସ୍‌ରେ ପୂର୍ବରୁ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ।

ସୁବାଷଙ୍କ ଉପରେ ଅଭିଯୋଗ ଆଣିଥିବା ଲେଖିକା ମହିମାଙ୍କ କହିବା ଅନୁସାରେ, ସୁଭାଷଙ୍କ ଅଫିସ୍‌ରେ କାମ କରୁଥିବା ସମୟରେ ତାଙ୍କୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅଫିସ୍‌ରେ ରହିବାକୁ ପଡ଼ୁଥିଲା। ଧୀରେ ଧୀରେ ସୁଭାଷ ତାଙ୍କର ନିକଟତର ହେବାକୁ ଚେଷ୍ଚା କଲେ ଏବଂ ତାଙ୍କୁ ଘରକୁ ମଧ୍ୟ ଛାଡ଼ିବାକୁ ଯାଉଥିଲେ।

ଏହାର କିଛି ଦିନ ପରେ ସୁଭାଷ ବିଳମ୍ୱିତ ରାତିରେ ତାଙ୍କୁ ଘରକୁ ଛାଡ଼ିବାକୁ ଯିବା ସମୟରେ ମଦ ପିଇଥିଲେ ଏବଂ ତାଙ୍କୁ ମଧ୍ୟ ପିଇବାକୁ ଦେଇଥଲେ। କିନ୍ତୁ ମହିମାଙ୍କର କହିବା ଅନୁସାରେ, ସେହି ଆଲ୍‌କୋହଲ୍‌ରେ କିଛି ନିଶାଦ୍ରବ୍ୟ ମିଶା ଯାଇଥିଲା। ଯାହା ଯୋଗୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ଅଚେତ ଅବସ୍ଥାରେ ଘରକୁ ନେବା ପରିବର୍ତ୍ତେ ସୁଭାଷ ତାଙ୍କୁ ଏକ ହୋଟେଲ୍‌କୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ମହିମାଙ୍କର ଏହି ଅଭିଯୋଗକୁ ସୁଭାଷ ଖଣ୍ଡନ କରିଛନ୍ତି। ସୁଭାଷ ତାଙ୍କ ସଫେଇରେ କହିଛନ୍ତି, “ଯିଏ ବି ମୋ ଉପରେ ଏପରି ଆରୋପ ଲଗାଇଥାନ୍ତୁ, ଏହା ମୋତେ ଅତ୍ୟନ୍ତ ଦୁଃଖ ଦେଇଛି। ସତ୍ୟ କିମ୍ୱା ଅର୍ଦ୍ଧସତ୍ୟ ପୁରୁଣା କାହାଣୀକୁ ନେଇ କୌଣସି ବ୍ୟକ୍ତିଙ୍କ ଉପରେ ଏପରି ଆରୋପ ଲଗାଇବା ଏକ ଫ୍ୟାଶନ୍‌ରେ ପରିଣତ ହୋଇଛି।“

ସେ ସର୍ବଦା ତାଙ୍କର ମହିଳା କର୍ମଚାରୀଙ୍କୁ ସମ୍ମାନ ଦେଇଥାନ୍ତି ବୋଲି କହିଛନ୍ତି। ସୁଭାଷ ଆହୁରି ମଧ୍ୟ କହିଛନ୍ତି, “ଯଦି ମହିଳା ଜଣକ ମୋ ଉପରେ ଆରୋପ ଲଗାଇଛନ୍ତି, ତେବେ କୋର୍ଟ ଯାଇ ଏହି କଥାକୁ ପ୍ରମାଣିତ କରନ୍ତୁ। ମୋର କ୍ୟାରିୟର୍‌କୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବାରୁ ଭଗବାନ ତାଙ୍କୁ ଖୁସିରେ ରଖନ୍ତୁ। ମୁଁ ନିଶ୍ଚିତ ସେହି ମହିଳାଙ୍କ ଉପରେ ମାନହାନି ମକଦ୍ଦମା କରିବି।“

 



from Odisha Reporter https://ift.tt/2EelW7O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages