
ନୂଆଦିଲ୍ଲୀ:ବ୍ୟାପକ ହେଉଛି #MeeToo ଆନ୍ଦୋଳନ। ଆଉ ବଢ଼ୁଛି ‘ମି ଟୁ ’ଅଭିଯୋଗର ତାଲିକା। ଆଗରୁ ଏହା ଫିଲ୍ମ ଜଗତରେ ସୀମିତ ଥିଲା। ଏବେ ଏହି ଅଭିଜାନରେ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ସାମିଲ ହୋଇଛନ୍ତି। ଏହିପରିପ୍ରେକ୍ଷୀରେ ଜଣେ ମନ୍ତ୍ରୀଙ୍କ ବିରୋଧରେ ଜଣେ ଆଇଏଏସ୍ ମହିଳା ଅଧିକାରୀ ଆଣିଛନ୍ତି ସଙ୍ଗୀନ୍ ଅଭିଯୋଗ। ପଞ୍ଜାବରେ ଏହି ଅଭିଯୋଗ ଆସିଛି।
ସମ୍ପୃକ୍ତ ମହିଳା ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ,ମନ୍ତ୍ରୀ ଜଣକ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଶ୍ଲୀଳ ମେସେଜ୍ ପଠାଉଥିଲେ।ସମ୍ପୃକ୍ତ ମନ୍ତ୍ରୀ ଜଣକ ପଞ୍ଜାବ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ନାମକୁ ଗୁପ୍ତ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂସମ୍ପୃକ୍ତ ମନ୍ତ୍ରୀଙ୍କୁ ଆଇଏଏସ୍ ଅଫିସରଙ୍କ ନିକଟରେ କ୍ଷମା ମାଗି ମାମଲା ସମାଧାନ କରିବାକୁ କହିଥିଲେ ।
ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦେର ସିଂ କହିଛନ୍ତି ଯେ ସମ୍ପୃକ୍ତ ମନ୍ତ୍ରୀ କ୍ଷମା ମାଗି ସାରିଛନ୍ତି ଓ ମାମଲାର ସମାଧାନ ହୋଇସାରିଛି।ତେବେ ମାମଲାଟି ଦେଢ଼ ମାସ ପୁରୁଣା ହୋଇ ଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଏନେଇ ଶାଷକ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ମନ୍ତ୍ରୀଙ୍କ ନାମକୁ ସାର୍ବଜନୀନ କରିବା ପାଇଁ ଅକାଳି ଦଳର ପ୍ରମୁଖ ସୁଖବିନ୍ଦର ସିଂ ଦାବ କରିଚନ୍ତି।
ମହିଳା ଅଧିକାରୀଙ୍କ ଅଭିଯୋଗ ଥିଲା ଯେ, ମନ୍ତ୍ରୀ ଜଣକ ତାଙ୍କୁ ଆପତ୍ତିଜନକ ମେସେଜ୍ ପଠାଉଥିଲେ। ବାରମ୍ବାର ଚେତାବନୀ ସତ୍ୱେ ସେ ତାଙ୍କୁ ଅଶ୍ଲୀଳ ମେସେଜ୍ ପଠାଉଥିଲେ।
ଯାହା ତାଙ୍କୁ ମାନସିକଭାବେ ନିର୍ଯାତନା ଦେଇଥିଲା। ସେପଟେ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅସ୍ୱୀକାର କରିନାହାନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଥିଲା। ଏଥିରେ କୁହାଯାଇଛି ଯେ, ସମ୍ପୃକ୍ତ ମହିଳା ଅଧିକାରୀ ଯେଉଁ ଅଭିଯୋଗ ଆଣିଥିଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନ୍ତ୍ରୀ ଜଣକ ମହିଳା ଆଇଏଏସ୍ଙ୍କୁ କ୍ଷମା ମାଗିସାରିଛନ୍ତି।
from Odisha Reporter https://ift.tt/2OMBvsy
No comments:
Post a Comment