#MeToo : ରବିବାର ଫେରିବେ ଏମଜେ ଆକବର, ଶିବସେନାର ତଦନ୍ତ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

#MeToo : ରବିବାର ଫେରିବେ ଏମଜେ ଆକବର, ଶିବସେନାର ତଦନ୍ତ ଦାବି

akbar

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ମହିଳା ସହଯୋଗୀଙ୍କ ଦ୍ଵାରା ଜଣେ ଯୌନ ଉତ୍ପୀଡ଼ନକାରୀ ଭାବେ ବର୍ଣ୍ଣିତ ହୋଇଥିବା ବିଶିଷ୍ଟ ସାମ୍ବାଦିକ ତଥା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ ଜେ ଆକବର ତାଙ୍କ ନାଇଜେରିଆ ଗସ୍ତ ଅଧାରେ ନସାରି ରବିବାର ହିଁ ସ୍ୱଦେଶ ଫେରିବେ ବୋଲି ଜଣାପଡ଼ିଛି।

ତାଙ୍କର ସାମ୍ବାଦିକତା କ୍ୟାରିୟର କାଳରେ ଘଟିଥିବା କିଛି ଘଟଣାକୁ ନେଇ ବର୍ତ୍ତମାନ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦିହେବା ପରେ ସେ ତାଙ୍କ ବିଦେଶ ଗସ୍ତ ଅଧାରୁ ଫେରିଆସିବେ ବୋଲି ଚର୍ଚ୍ଚା ହୋଇଥିଲା।

ଅନ୍ୟପକ୍ଷରେ ବିଜେପିର ସବୁଠାରୁ ପୁରୁଣା ଏନ୍‌ଡିଏ ସହଯୋଗୀ ଶିବସେନା ମଧ୍ୟ ଏହି ପ୍ରସଙ୍ଗରେ ଲମ୍ଫ ମାରି ଘଟଣାର ତଦନ୍ତ ଦାବି କରିଛି। ଶିବସେନା ପକ୍ଷରୁ କୁହାଯାଇଛି, ଯଦି ଶାସକ ଦଳ ସ୍ୱଚ୍ଛତାରେ ବିଶ୍ୱାସ କରୁଛି ତେବେ ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେଉ। ଆକବର ମନ୍ତ୍ରୀପଦରୁ ଇସ୍ତଫା ଦେଇ ତଦନ୍ତରେ ସହଯୋଗ କରନ୍ତୁ ବୋଲି ଏହି ଦଳ ପକ୍ଷରୁ କୁହାଯାଇଛି। ସିପିଆଇ (ଏମ୍‌) ପକ୍ଷରୁ ମଧ୍ୟ ତାଙ୍କ ଇସ୍ତଫା ଦାବି କରାଯାଇଛି।



from Odisha Reporter https://ift.tt/2PC0Am0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages