ଭାରତୀୟ ଖେଳାଳିଙ୍କ ମେନୁରୁ ଗୋମାଂସ ହଟାଅ: ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଭାରତୀୟ ଖେଳାଳିଙ୍କ ମେନୁରୁ ଗୋମାଂସ ହଟାଅ: ବିସିସିଆଇ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦୁଇ ସପ୍ତାହର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସ୍ଥିତି ନିରୀକ୍ଷଣ ପାଇଁ ସେଠାକୁ ଯାଇଥିବା ଏକ କମିଟି ଭାରତୀୟ ଖେଳାଳିଙ୍କ ମେନୁରୁ ଗୋମାଂସ ବାଦ୍‌ ଦେବାକୁ କ୍ରିକେଟ୍‌ ଅଷ୍ଟ୍ରଲିଆକୁ ପରାମର୍ଶ ଦେଇଛି।

ଏହି ଦୁଇ ଜଣିଆ ପ୍ରାଥମିକ ସର୍ବେକ୍ଷଣ କମିଟି ଆହୁରି ମଧ୍ୟ ଏହି କ୍ଲଜ୍‌କୁ ବିସିସିଆଇ ଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମେମୋରାଣ୍ଡମ୍‌ ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ (ଏମ୍‌ଓୟୁ)ରେ ସ୍ଥାନ ଦେବାକୁ କହିଛି। ପୂର୍ବରୁ ଟିମ୍‌ ଇଣ୍ଡିଆର ଇଂଲଣ୍ଡ ଗସ୍ତ ସମୟରେ ମଧ୍ୟାହ୍ଣ ଭୋଜନର ଏକ ଫଟୋ ବିସିସିଆଇ ଟ୍ୱିଟରରୁ ଟ୍ୱିଟ୍‌ ହୋଇଥିଲା ଯେଉଁଥିରେ ‘ବ୍ରେଜ୍‌ଡ୍‌ ବିଫ୍‌ ପାସ୍ତା’ ସ୍ଥାନ ପାଇବାକୁ ନେଇ ବିବାଦ ହୋଇଥିଲା। ଆଉ ଟ୍ୱିଟ୍‌ରେ ଲେଖାଥିବା ‘ଏ ୱେଲ୍‌ ୟାର୍ଣ୍ଣଡ୍‌ ଲଞ୍ଚ ଫର ଟିମ୍‌ ଇଣ୍ଡିଆ’କୁ ନେଇ ଭାରତୀୟ କ୍ରିକେଟ୍‌ପ୍ରେମୀ ତମ୍ବି ତୋଫାନ୍‌ କରିଥିଲେ। ଏହା ହିଁ କୁଆଡ଼େ ଭାରତୀୟ ଟିମ୍‌ ହାରିବା ପଛର କାରଣ ବୋଲି ସେମାନେ ଦର୍ଶାଇଥିଲେ। ବୋଧହୁଏ କ୍ରିକେଟ୍‌ପ୍ରେମୀଙ୍କୁ ଖୁସି କରିବାକୁ ଯାଇ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି।

ଭାରତ ନଭେମ୍ବର ୨୧ରୁ ଜାନୁୟାରୀ ୧୮ ଯାଏ ଅଷ୍ଟ୍ରେଲିଆ ସହିତ ଖେଳିବ। ଏଥିରେ ୩ଟି ଟି୨୦, ୪ଟି ଟେଷ୍ଟ ଏବଂ ୩ଟି ଦିନିକିଆ ଖେଳିବାର ଅଛି। ବର୍ତ୍ତମାନ ଟିଭି କଭ୍‌ରେଜ୍‌ ଆଉ ପଡ଼ିଆ ଏବଂ ଖେଳରେ ସୀମିତ ନରହି ଖେଳାଳିମାନଙ୍କ ଭୋଜନ, ଗ୍ରୀନ୍‌ରୁମ୍‌ ଏବଂ ମ୍ୟାଚ୍ ସମୟରେ ସେମାନଙ୍କ ପ୍ରତିକ୍ରିୟା ନେବାକୁ ସାମ୍ବାଦିକମାନଙ୍କୁ ଅନୁମତି ମିଳିଯାଉଥିବାରୁ ସମସ୍ତ କ୍ରିକେଟ୍‌ ବୋର୍ଡ ସତର୍କ ହେବାକୁ ଆରମ୍ଭ କରିଛନ୍ତି ।



from Odisha Reporter https://ift.tt/2zm5QmY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages