କୋଳରେ ଛୋଟ ଝିଅକୁ ଧରି ମୋଦି କ’ଣ ଶିଖାଉଛନ୍ତି ? ସୋଶାଲ୍ ମିଡିଆରେ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

କୋଳରେ ଛୋଟ ଝିଅକୁ ଧରି ମୋଦି କ’ଣ ଶିଖାଉଛନ୍ତି ? ସୋଶାଲ୍ ମିଡିଆରେ ଭାଇରାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିଡିଓ କିଛି ଦିନ ଧରି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ଜଣେ ଛୋଟ ଝିଅଙ୍କୁ ସ୍ନେହରେ କୋଳେଇ ଧରିଥିବା ଦେଖାଯାଉଛି।

ଏହା ସହିତ ପ୍ରଧାନମନ୍ତ୍ରୀ ଝିଅଟିକୁ କିଛି କହିବାକୁ କହୁଛନ୍ତି। ଆଉ ଝିଅଟି କହୁଛି, ‘ରାହୁଲ୍‌ ଗାନ୍ଧି ପପୁ ହେ’। ଝିଅଟି ଏପରି କହିବା ପରେ ପ୍ରଧାନମନ୍ତ୍ରୀ ତାକୁ ସାବାସି ଦେଉଛନ୍ତି।
ଫେସ୍‌ବୁକ୍‌ରେ ଏହି ଭିଡିଓଟିକୁ ତିନି ହଜାରରୁ ଅଧିକ ଥର ସେୟାର୍‌ କରାଯାଇଛି। ଟ୍ୱିଟର୍‌ରେ ମଧ୍ୟ ଏହି ଭିଡିଓଟି ସେୟାର୍‌ ହେବାରେ ଲାଗିଛି। ଯେଉଁଥିରେ କ୍ୟାପସନ୍‌ରେ ଲେଖା ଅଛି, “ପ୍ରଧାନମନ୍ତ୍ରୀ ପଦର ଗରିମା ଏମିତି ଶେଷ ହୋଇଯିବ। ମୋଦିଙ୍କଠାରୁ ଏମିତି ଆଶା କରାଯାଇ ନ ପାରେ।

ଗୋଟିଏ ଛୋଟ ଛୁଆକୁ କୋଳରେ ଉଠାଇ ଏମିତି ଅପଶବ୍ଦ କହିବା ପାଇଁ ବାଧ୍ୟ କରିବା ଏକ ଛୋଟ କାମ।“
ଏହି କ୍ୟାପସନ୍‌କୁ ସତ ବୋଲି ଭାବି ଅନେକ ଲୋକ ପ୍ରଧାନମନ୍ତ୍ରୀଙ୍କ ଉପରେ ସୋଶାଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ୍‌ ଦେଇଛନ୍ତି। ଭିଡିଓରେ ଯାହା ଦେଖିବାକୁ ମିଳୁଛି, ତାହାକୁ ନେଇ ୟୁଜର୍ସ କମେଣ୍ଟ୍‌ ଦେଉଥିଲେ ମଧ୍ୟ ପ୍ରକୃତରେ ଏହା ସତ ନୁହେଁ। କାରଣ ଭିଡିଓଟିକୁ ନକଲି କରାଯାଇଛି। ଏଥିରେ ଝିଅଟିର ସ୍ୱରକୁ ଓଲଟପାଲଟ କରାଯାଇଛି। ଝିଅଟି ଏହି ଭିଡିଓରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ଉପରେ ସେମିତି କିଛି ଟିପ୍ପଣି ଦେଇନାହାନ୍ତି।


ସତ କଥା ହେଲା, ପ୍ରଧାନମନ୍ତ୍ରୀ ଝିଅଟିକୁ ମଞ୍ଚ ଉପରକୁ ଆଣି ରାମାୟଣର କିଛି ବାର୍ତ୍ତା ଶୁଣାଇବାକୁ କହୁଛନ୍ତି। ଝିଅଟି ରାମାୟଣ ବିଷୟରେ କିଛି କହିବା ପରେ ମୋଦି ତାକୁ ସାବାସି ଦେଉଛନ୍ତି। ତେଣୁ ଫେସ୍‌ବୁକ୍‌ରେ ସେୟାର ହେଉଥିବା ଭିଡିଓଟି ସତ ନୁହେଁ।

ସୂଚନା ଅନୁସାରେ ଏହି ଭିଡିଓଟି ୧୭ ସେପ୍ଟେମ୍ୱରରେ ରେକର୍ଡ କରାଯାଇଥିଲା। ଏହି ଦିନ ମୋଦିଙ୍କର ଜନ୍ମଦିନ ଥିଲା । ଦୁଇବର୍ଷ ପୂର୍ବରୁ ମୋଦି ତାଙ୍କ ଜନ୍ମଦିନ ଗୁଜରାଟର ନବସରୀ ଦିବ୍ୟାଙ୍ଗଙ୍କ ସହିତ ପାଳନ କରିଥିଲେ। ଏହି ଦିନ ସେ ଦିବ୍ୟାଙ୍ଗଙ୍କୁ ସମ୍ୱୋଧନ କରି ତାଙ୍କୁ ଆବଶ୍ୟକ ଜିନିଷ ବାଣ୍ଟିଥିଲେ।
ଏହି ଅବସରରେ ମୋଦି ସେହି ଦିବ୍ୟାଙ୍ଗଙ୍କ ମଧ୍ୟରୁ ଗୋଟିଏ ଝିଅକୁ ରାମାୟଣର ଅଂଶ ଶୁଣାଇବାକୁ ଷ୍ଟେଜ୍‌ରେ କହିଥିଲେ। କିନ୍ତୁ ସୋଶାଲ୍‌ ମିଡିଆରେ ଏହି ଭିଡିଓର ନକଲ କରି ଅଲଗା ରୂପରେ ପ୍ରଦର୍ଶନ କରାଯାଇଛି।



from Odisha Reporter https://ift.tt/2RBEi4q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages