ଆପଣ ଏସ୍‌ବିଆଇ ଗ୍ରାହକ କି ? ନଭେମ୍ବର ୩୦ ସୁଦ୍ଧା ଏହି ୩ଟି କାମ ନକଲେ ଏହି ସବୁ ସେବାରୁ ବଞ୍ଚିତ ହୋଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଆପଣ ଏସ୍‌ବିଆଇ ଗ୍ରାହକ କି ? ନଭେମ୍ବର ୩୦ ସୁଦ୍ଧା ଏହି ୩ଟି କାମ ନକଲେ ଏହି ସବୁ ସେବାରୁ ବଞ୍ଚିତ ହୋଇପାରନ୍ତି

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକ। ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ଚଳିତ ମାସ ସୁଦ୍ଧା ଆପଣଙ୍କୁ  ନିର୍ଦ୍ଦିଷ୍ଟ ୩ଟି କାମ ସାରିବାକୁ ପଡ଼ିବ। ଯଦି ଆପଣ ନକରନ୍ତି ତେବେ ଡିସେମ୍ବର ମାସରେ କେତେ ନୀତିନିୟମ ବଦଳି ଯାଇପାରେ। ଫଳରେ ଆପଣ କେତୋଟି ଜରୁରୀ ସେବାରୁ ବଞ୍ଚିତ ହୋଇପାରନ୍ତି। ତେବେ ସେହି ସବୁ ନିୟମ ଗୁଡ଼ିକ ବିଷୟରେ ଜାଣନ୍ତୁ । ଯଦି ଆପଣ ଚାହାନ୍ତି ଡିସେମ୍ବର ୧ସୁଦ୍ଧା ଆପଣଙ୍କ ନେଟ ବ୍ୟାଙ୍କିଙ୍ଗ ସେବା ବନ୍ଦ ନ ହୋଇ ଯାଉ ତେବେ ଯଥା ଶୀଘ୍ର ଆପଣଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରନ୍ତୁ।

ଭାରତୀୟ ଷ୍ଟେଯବ ବ୍ୟାଙ୍କ କହିଛି ଯେ, ଯଦି ଆପଣ ଅଦ୍ୟାବଧି ମୋବାଇଲ ନମ୍ବର ପଞ୍ଜିକରଣ କରିନାହାନ୍ତି  ତେବେ ଆପଣଙ୍କୁ ଏହି କାମ ୩୦ ନଭେମ୍ବର ସୁଦ୍ଧା କରିନେବା ଉଚିତ୍‌। ନଚେତ ଡିସେମ୍ବର ୧ରେ ଆପଣଙ୍କ ନେଟ ବ୍ୟାଙ୍କିଙ୍ଗ ସେବା କଟିଯାଇପାରେ। ସେହିପରି ଦ୍ୱିତୀୟ ନିୟମଟି ହେଉଛି ଯଦି ଆପଣଙ୍କର ଏସ୍‌ବିଆଇ ବଡି ୱାଲେଟ୍‌ରେ କିଛି ପଇସା ଅଛି ତେବେ ତୁରନ୍ତ ଏହାକୁ ଉଠାଇ ନିଅନ୍ତୁ।

କାରଣ ୩୦ ନଭେମ୍ବର ପରେ  ୱାଲେଟ ବନ୍ଦ ହୋଇ ଯିବ। ଏନେଇ ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକମାନଙ୍କର ଯେଉଁ ବାଲାନ୍ସ ଏହି ୱାଲେଟ୍‌ରେ ରହିଛି ଏହାକୁ ତୁରନ୍ତ  ଉଠାଇନେବାକୁ ପରାମର୍ଶ ଦିଆଯାଇଛି। ତେବେ ତୃତୀୟ ନିୟମଟି ହେଉଛି ଯଦି ଆପଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ପେନ୍‌ସନ ନେଉଛନ୍ତି ତେବେ ଆପଣଙ୍କୁ ୩୦ ନଭେମ୍ବର ସୁଦ୍ଧା ଆପଣଙ୍କୁ ବ୍ୟାଙ୍କରେ ଜୀବନ ପ୍ରମାଣପତ୍ର ପୈଠ କରିବାକୁ ପଡ଼ିବ। ଯଦି ଆପଣ ଏହା ନକରନ୍ତି ତେବେ ଡିସେମ୍ବର ମାସରେ ଆପଣଙ୍କ ପେନ୍‌ସନ ବନ୍ଦ ହୋଇଯିବ।



from Odisha Reporter https://ift.tt/2FKu5BJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages