ପଠାନକୋଟ୍‌ରେ ପଶିଛନ୍ତି ୪ ଆତଙ୍କବାଦୀ! କଶ୍ମୀର ଓ ପଞ୍ଜାବରେ ହାଇଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ପଠାନକୋଟ୍‌ରେ ପଶିଛନ୍ତି ୪ ଆତଙ୍କବାଦୀ! କଶ୍ମୀର ଓ ପଞ୍ଜାବରେ ହାଇଆଲର୍ଟ

ଶ୍ରୀନଗର: ପଞ୍ଜାବର ପଠାନ୍‌କୋଟ୍‌ରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ୪ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ନିଜକୁ ସେନାର ପରିଚୟ ଦେଇ ଏକ ଗାଡ଼ି ନେଇ ଫେରାର ହୋଇଯାଇଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ସମଗ୍ର ପଠାନକୋଟ୍‌ ଓ ଜମ୍ମୁ-କଶ୍ମୀରର କଠୁଆରେ ହାଇଆଲର୍ଟ ଜାରି କରାଯାଇଛି।

ମଙ୍ଗଳବାର ରାତିରେ ୪ ଜଣ ବ୍ୟକ୍ତି ସିଲଭର୍‌ ରଙ୍ଗର ଏକ ଇନୋଭାକୁ ଜମ୍ମୁ ରେଳ ଷ୍ଟେସନ୍‌ରୁ ଭଡ଼ାରେ ନେଇଥିଲେ। ତେବେ ମାଧୋପୁରଠାରେ ସେମାନେ ବନ୍ଧୁକ ମୁନ୍‌ରେ ଡ୍ରାଇଭରଙ୍କ ଠାରୁ ଗାଡ଼ିଟିକୁ ହ୍ୟାଇଜାକ୍ କରି ନେଇ ଚାଲିଯାଇଛନ୍ତି। ଏଯାଏ ସେମାନଙ୍କର ପତ୍ତା ମିଳିନାହିଁ।

ଡ୍ରାଇଭର ରାଜେଶ କୁମାରଙ୍କ ଠାରୁ ସବୁ କଥା ଶୁଣିବା ପରେ ରେଳ ଷ୍ଟେସନ୍‌ ଟ୍ୟାକ୍ସି ଓନର୍‌ ଆସୋସିଏସନ୍‌ର ଉପ ସଭାପତି କହିଛନ୍ତି, “ ୪ ଜଣ ଯୁବକ ଟ୍ୟାକ୍ସିଟିକୁ ମେଜର ସରଭଜିତ୍‌ ସିଂହଙ୍କ ନାଁରେ ବୁକ୍‌ କରିଥିଲେ ଏବଂ ସେମାନେ ପଠାନକୋଟ୍‌ ଯିବାକୁ ଚାହିଁଥିଲେ। ସିସିଟିଭିରୁ ଜଣାପଡ଼ିଛି ଯେ ଗାଡ଼ିରେ ୪ ଜଣ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମଙ୍କି କ୍ୟାପ୍‌ ପିନ୍ଧିଥିଲେ।

ଗାଡ଼ି ବାବଦକୁ ସେମାନେ ୩,୫୫୦ ଟଙ୍କା ଅଗ୍ରୀମ ମଧ୍ୟ ଦେଇଥିଲେ। ସେମାନେ କଠୁଆ ଠାରେ ରାତ୍ର ଭୋଜନ କରିଥିଲେ। ଲଖନପୁର ଟୋଲ୍‌ ପ୍ଲାଜା ନିକଟରେ ସେମାନେ ନିଜକୁ ସେନା କର୍ମଚାରୀ କହି ଟିକସ ଦେଇ ନଥିଲେ। ତେବେ ଗାଡ଼ିଟି ମାଧୋପୁରଠାରେ ପହଞ୍ଚିବା ପରେ ସେମାନେ ଡ୍ରାଇଭର ରାଜେଶଙ୍କୁ ଛାଡ଼ି ଗାଡ଼ିଟିକୁ ଅପହରଣ କରି ନେଇଥିଲେ। ଡ୍ରାଇଭର ଜଣଙ୍କ ନିକଟସ୍ଥ ଥାନାରେ ଏ ସମ୍ପର୍କରେ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

୨୦୧୬ରେ ଆତଙ୍କବାଦୀମାନେ ସମାନ ଢଙ୍ଗରେ କାର୍‌ ଅପହରଣ କରିବା ପରେ ପଠାନକୋଟ୍‌ ଏୟାର ବେସ୍‌ ଉପରେ ହମ୍‌ଲା କରିଥିଲେ।



from Odisha Reporter https://ift.tt/2DjICBM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages