ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ନିରାମୟ ଯୋଜନାରେ ମିଳୁନି ଔଷଧ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ନିରାମୟ ଯୋଜନାରେ ମିଳୁନି ଔଷଧ!

କଟକ(ଓଡ଼ିଶା ରିପୋର୍ଟର): କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ପ୍ରତିଦିନ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ମାଗଣା ରୋଗୀ ସେବା ସହ ଏଠାରେ ନିରାମୟ ଯୋଜନାରେ ମାଗଣା ଔଷଧ ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ତେବେ ରାଜ୍ୟ ସରକାରଙ୍କ ଏହି ଯୋଜନା ଏଠାରେ ଯେମିତି ରୋଗାଗ୍ରସ୍ତ ହୋଇଯାଇଛି। ପ୍ରେସ୍‌କ୍ରିପସନ୍‌ରେ ଡାକ୍ତର ୫ରୁ ଅଧିକ ମେଡିସିନ୍‌ ଲେଖୁଥିବା ବେଳେ ନିରାମୟ ସେଣ୍ଟରରେ ମାତ୍ର ଗୋଟିଏ କି ଦୁଇଟି ମେଡିସିନ୍ ମିଳୁଥିବା ଅଭିଯୋଗ ହୋଇଛି।

୭୦ ବର୍ଷୀୟ ବାବାଜୀ ବରାଳ। ପରିଣତ ବୟସରେ କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଆସିଥିଲେ। ଆଶାଥିଲା ମାଗଣାରେ ଚିକିତ୍ସା ସହ ନିରାମୟ ଯୋଜନାରେ ଔଷଧ ପାଇବେ। ହେଲେ ଡାକ୍ତର ଲେଖିଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଖାଲି ବାବାଜୀ ନୁହନ୍ତି, ଏକାଧିକ ରୋଗୀଙ୍କର ସେହି ସମାନ ଅବସ୍ଥା। କିଏ ମେଡିସିନ୍‌ ନପାଇ ନିରାଶ ହୋଇ ଫେରିଯାଉଛି ତ ଆଉ କିଏ ଆଶା ଧରି ଅପେକ୍ଷା କରୁଛି। ମାସମାସ ମେଡିସନ୍ ନପାଇ ଅନେକ ରୋଗୀଙ୍କ ଚିକିତ୍ସାରେ ମଧ୍ୟ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ନିରାମୟ କେନ୍ଦ୍ରରେ ପ୍ରାୟ ସମସ୍ତ ଔଷଧ ଉପଲବ୍ଧ ହେବ। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଅଫିସର ଡାକ୍ତର ସତ୍ୟବ୍ରତ ସାହୁଙ୍କ ସୂଚନା ଅନୁସାରେ ଏଠାରେ ୯୦ ପ୍ରକାରର ଔଷଧ ଉପଲବ୍ଧ ରହିଛି। ତେବେ ଗତ ଏକ ମାସ ହେଲା ୩୦ପ୍ରତିଶତ ଔଷଧ ସରିଯାଇଛି। ଏନେଇ କର୍ପୋରେସନକୁ ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି। ଖୁବଶୀଘ୍ର ସମସ୍ତ ଔଷଧ ମହଜୁଦ ରହିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2B0IchV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages