ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର

student

ଜଳେଶ୍ୱର (ଅଜିତ କୁମାର ଦାସ): ଇଂରାଜୀ ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ସୁବର୍ଣ୍ଣରେଖା ହାଇସ୍କୁଲ୍‌ରେ।

ଶିକ୍ଷକଙ୍କ ମାଡ଼ରେ ଗୁରୁତର ହୋଇପଡ଼ିଥିବା ଛାତ୍ରୀଙ୍କ ନାଁ ଶିବାନୀ ପାତ୍ର। ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଶିବାନୀଙ୍କ ଭାଇ ରାଜେଶ ପାତ୍ର ଏ ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ଶିକ୍ଷକଙ୍କ ନାଁ ରମେଶ ଚନ୍ଦ୍ର ଦେ। ଛାତ୍ରୀ ଜଣଙ୍କ କ୍ଲାସ୍‌କୁ ବିଳମ୍ବରେ ଆସିବାରୁ ଶିକ୍ଷକ ତାଙ୍କୁ ମାଡ଼ ମାରିଥିବା  ଜଣାପଡ଼ିଛି। ତେବେ ଏନେଇ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ନାହିଁ।

ବାଲିଆପାଳ ବିଇଓ ନାରାୟଣ ଚନ୍ଦ୍ର ଦାସ କହିଛନ୍ତି, ଗଣମାଧ୍ୟମରୁ ଏ ନେଇ ଖବର ପାଇଛି। ମୋ ପାଖକୁ କୌଣସି ସୂଚନା ଆସିନାହିଁ। ସୂଚନା ଆସିଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।



from Odisha Reporter https://ift.tt/2DrMsZB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages