ମଧ୍ୟପ୍ରଦେଶରେ ବଢ଼ିଲା ଓ ମିଜୋରାମରେ ଖସିଲା ଭୋଟ ହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ମଧ୍ୟପ୍ରଦେଶରେ ବଢ଼ିଲା ଓ ମିଜୋରାମରେ ଖସିଲା ଭୋଟ ହାର

ନୂଆଦିଲ୍ଲୀ: ଉଭୟ ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ୨୦୧୩ ତୁଳନାରେ ମଧ୍ୟପ୍ରଦେଶରେ ଚଳିତ ବର୍ଷ ଭୋଟ୍‌ ହାର ବଢ଼ିଥିବା ବେଳେ ମିଜୋରାମରେ କିନ୍ତୁ ଭୋଟ ହାର ହ୍ରାସ ପାଇଛି।

ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ମତଦାନ ହୋଇଥିବା ବେଳେ ମିଜୋରାମର ୪୦ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି।

ତେବେ ଚଳିତ ବର୍ଷ ମଧ୍ୟପ୍ରଦେଶରେ ଭୋଟ୍‌ ହାର ୭୪.୬% ରହିଥିବା ବେଳେ ୨୦୧୩ରେ ଏଠାରେ ଭୋଟ ହାର ୭୨.୭% ରହିଥିଲା। ଅନ୍ୟପକ୍ଷରେ ମିଜୋରାମରେ ୨୦୧୩ରେ ଭୋଟ୍‌ ହାର ୮୩.୪% ରହିଥିଲା। କିନ୍ତୁ ଏହା ଏଥର ହ୍ରାସ ପାଇ ୭୫%କୁ ଖସି ଆସିଛି। ମଧ୍ୟପ୍ରଦେଶରେ ବିଜେପି ୧୫ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ମିଜୋରାମ ଏବେ କଂଗ୍ରେସ ଦଖଲରେ ରହିଛି।

ଏହି ଦୁଇ ରାଜ୍ୟରେ ସକାଳ ୮ଟାରୁ ଭୋଟ୍‌ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ ୫ଟା ପପର୍ଯ୍ୟନ୍ତ ଚାଲିଥିଲା। ତେବେ ମଧ୍ୟପ୍ରଦେଶର କିଛି ନକ୍ସଲ ପ୍ରବଣ ଅଞ୍ଚଳରେ ଅପରାହ୍ନ ୩ଟା ପରେ ଭୋଟ୍‌ ଗ୍ରହଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା।

ମଧ୍ୟପ୍ରଦେଶରେ ମତଦାନ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କଂଗ୍ରେସର କମଳନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୯୦୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଯାଇଛି। ମଧ୍ୟପ୍ରଦେଶରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି।

ସେହିପରି ମିଜୋରାମ ବିଧାନସଭାର ୪୦ଟି ଆସନ ଲାଗି ଭୋଟ ଶେଷ ହୋଇଛି। ଇଭିଏମ୍‌ରେ ୨୦୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି।

ଏହି ଦୁଇ ରାଜ୍ୟର ଶେଷ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବ।

ତେବେ ଆଜି ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବେ ଶେଷ ହୋଇଥିଲେ ହେଁ ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା ଘଟିଛି। ପୋଲିଂ ବୁଥ୍‌ରେ କାର୍ଯ୍ୟ କରୁଥିବା ୩ ଜଣ କର୍ମଚାରୀ ଭୋଟ୍‌ ଗ୍ରହଣ ସମୟରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ପରିବାର ବର୍ଗଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି।



from Odisha Reporter https://ift.tt/2TUe8w3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages