ଏପରି ଘରୋଇ ଉପଚାର କରି ଥାଇରଏଡ୍‌ ସମସ୍ୟାରୁ ମୁକ୍ତି ପାଆନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଏପରି ଘରୋଇ ଉପଚାର କରି ଥାଇରଏଡ୍‌ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଥାଇରଏଡ୍‌ରେ ସମସ୍ୟା ଏକ ମାରାତ୍ମକ ରୋଗ। ସର୍ଭେ ଅନୁଯାୟୀ, ଭାରତର ପ୍ରତି ୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ଥାଇରଏଡ୍‌ ରୋଗରେ ପୀଡ଼ିତ। ଥାଇରଏଡ୍‌ରେ ପୀଡ଼ିତ ରୋଗୀଙ୍କର ଓଜନ ଅସ୍ୱାଭାବିକ ଭାବେ କମିବା ସହ ହର୍‌ମୋନ୍‌ରେ ସନ୍ତୁଳନ ମଧ୍ୟ ବିଗିଡ଼ି ଯାଇଥାଏ।

ଶୋଷ ଲାଗିବା, ଚିନ୍ତାଗ୍ରସ୍ତ ରହିବା ଓ ଶରୀର ଦୁର୍ବଳ ଲାଗିବା ଆଦି ଥାଇରଏଡ୍‌ ରୋଗର ଲକ୍ଷଣ। ଅତ୍ୟଧିକ ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ର ନିହାତି କମ୍‌ କିମ୍ବା ଅତ୍ୟଧିକ ବ୍ୟବହାର ଏବଂ ବିଭିନ୍ନ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ବ୍ୟତୀତ ପୂର୍ବରୁ ପରିବାରରେ କାହାକୁ ଥାଇରଏଡ୍‌ ସମସ୍ୟା ଥିଲେ, ସଂପୃକ୍ତ ବ୍ୟକ୍ତିଙ୍କୁ ଏଭଳି ରୋଗ ହେବାର ଆଶଙ୍କା ଥାଏ।  ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖା ଦିଏ। ତେବେ ପ୍ରାକୃତିକ ଉପାୟରେ ଏହି ରୋଗର ନିରାକରଣ ସମ୍ଭବ।

ଆସନ୍ତୁ ଜାଣିବା, ଘରୋଇ ଉପଚାର ଦ୍ୱାରାଏହି ରୋଗରୁ କିପରି ମୁକ୍ତି ମିଳିପାରିବ।

୧. ଥାଇରଏଡ୍‌ ସମସ୍ୟା ଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ଏକ ଗ୍ଲାସ୍‌ କ୍ଷୀର ପିଇବା ଉଚିତ। ଏହି ରୋଗୀମାନେ ଯଦି ଫଳ ଖାଇବାକୁ ଇଚ୍ଛା କରନ୍ତି, ତେବେ କେବଳ ଆମ୍ବ, ଖରଭୁଜ ଓ ତରଭୁଜ ହିଁ ଖାଇ ପାରିବେ।

୨. ଥାଇରଏଡ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଖାଦ୍ୟରେ ଡାଲଚିନି, ଅଦା, ରସୁଣ ଓ ପିଆଜର ଅଧିକ ବ୍ୟବହାର କରିବା ଉଚିତ। ଥାଇରଏଡ୍‌ ରୋଗୀ ନଡ଼ିଆ ତେଲରେ ରନ୍ଧା ଖାଦ୍ୟ ଖାଇବା ଉଚିତ୍‌। ଅତ୍ୟଧିକ ମସଲା ଖାଦ୍ୟ ଖାଇବା ଆଦୌ ଉଚିତ୍‌ ନୁହେଁ। ଏମାନେ ଏପରି ଖାଦ୍ୟ ଖାଇବା ଉଚିତ୍‌, ଯାହା ସହଜରେ ହଜମ ହୋଇ ପାରୁଥିବ।

୩. ଥାଇରଏଡ୍‌ ରୋଗୀ ସକାଳେ ୧୦ ରୁ ୧୫ ମିନିଟ୍‌ ଯାଏ କଅଁଳ ଖରାରେ ବସିବା ଉଚିତ୍।

୪. ଥାଇରଏଡ୍ ପୀଡ଼ିତମାନଙ୍କୁ କିଛି ଯୋଗାସନ କରିବା ଉଚିତ୍‌। ଯେପରିକି ସୂର୍ଯ୍ୟ ନମସ୍କାର, ସ୍ୱର୍ଗାସନ, ମତ୍ସ୍ୟାସନ, ନୌକାସନ ଓ ପ୍ରାଣାୟମ୍‌ କରିପାରିବେ।

୫. ଏହି ରୋଗରେ ଆକ୍ରାନ୍ତମାନେ ଅତ୍ୟଧିକ ଥଣ୍ଡା ଓ ଖଟା ଜିନିଷ ଆଦୌ ଖାଆନ୍ତୁ ନାହିଁ।

୬. ବାସି ଖାଦ୍ୟ ପଦାର୍ଥ କିମ୍ବା ଯେଉଁଥିରେ ଆଡେଡ୍‌ ସୁଗାର ଥିବ, ସେଭଳି ଖାଦ୍ୟ ଥାଇରଏଡ୍‌ ଆକ୍ରାନ୍ତ ବ୍ୟକ୍ତି ଆଦୌ ଖାଆନ୍ତୁ ନାହିଁ।

୭.  ଥାଇରଏଡ୍‌ରେ ପୀଡ଼ିତ ବ୍ୟକ୍ତି ପାଳଙ୍ଗ, କନ୍ଦମୂଳ, ବନ୍ଧାକୋବି, ଫୁଲକୋବି, ମୂଳା, ମକା, ସୋୟାବିନ୍, କଫି ଓ ରିଫାଇନ୍‌ ତେଲ ଅଧିକ ବ୍ୟବହାର କରିବା ଉଚିତ ନୁହେଁ।

୮. ଏହି ରୋଗୀମାନେ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ଉଚିତ୍‌ ନୁହଁ।

୯. ଅଶ୍ୱଗନ୍ଧା ଓ ମୁଲେଠି ଥାଇରଏଡ୍‌ ଗ୍ରନ୍ଥୀକୁ ସନ୍ତୁଳିତ ରଖିଥାଏ। ମୁଲେଠି ଶରୀରରେ ଶକ୍ତି ବୃଦ୍ଧି କରେ। ତେଣୁ ଥାଇରଏଡ୍‌ ପୀଡ଼ିତ ଏହି ଦୁଇ ଜିନିଷ ନିୟମିତ ସେବନ କରନ୍ତୁ।



from Odisha Reporter https://ift.tt/2R4C2mA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages