ସିବିଆଇ ମୁଖ୍ୟଙ୍କ ଗଣମାଧ୍ୟମ ପ୍ରୀତି ନେଇ ସିଜେଆଇ କ୍ଷୁବ୍ଧ, ଘୁଞ୍ଚିଲା ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ସିବିଆଇ ମୁଖ୍ୟଙ୍କ ଗଣମାଧ୍ୟମ ପ୍ରୀତି ନେଇ ସିଜେଆଇ କ୍ଷୁବ୍ଧ, ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ମାମଲାରେ ଫସିଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତି ଅହେତୁକ ପ୍ରୀତି ଦେଖି ଆଜି ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ବିରକ୍ତି ପ୍ରକାଶ କରିଛନ୍ତି।

ଏଥିସହ ଆଲୋକ ବର୍ମାଙ୍କ ଦୁଇ ଓକିଲ ତଥା ବରିଷ୍ଠ ଆଇନ୍‌ଜୀବୀ ଫଲି ନରିମାନ ଓ ଗୋପାଲ ଶଙ୍କର ନାୟାରଙ୍କ ଉପରେ ମଧ୍ୟ ସିଜେଆଇ ଜଷ୍ଟିସ ଗୋଗୋଇ ପ୍ରବଳ ବର୍ଷିଛନ୍ତି। ସିଜେଆଇ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ସେ କହିଥିଲେ, “ଆପଣ ଦୁଇ ଜଣ ଯାକ ଶୁଣାଣି ପାଇଁ ଅଯୋଗ୍ୟ। ମାମଲାର ଶୁଣାଣି ଆଜି ହୋଇପାରିବ ନାହିଁ, ଆସନ୍ତା ୨୯କୁ ଏହା ଘୁଞ୍ଚିଲା।”

ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରି ସିଭିସି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଥିଲା। ଏହାର ଜବାବ ରଖିବାକୁ ସୁପ୍ରିମକୋର୍ଟ ଶ୍ରୀ ବର୍ମାଙ୍କୁ କହିଥିଲେ।

କିନ୍ତୁ ଏହା ଯେମିତି ଅତ୍ୟନ୍ତ ଗୋପନୀୟ ରହିବ, ସେକଥା ନିଶ୍ଚିତ କରିବାକୁ ଜଷ୍ଟିସ୍‌ ଗୋଗୋଇଙ୍କ ଖଣ୍ଡପୀଠ ବାରମ୍ବାର କହିଥିଲେ। ହେଲେ ଶ୍ରୀ ବର୍ମା ବନ୍ଦ ଲଫାଫାରେ ଯେଉଁ ଜବାବ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ, ସେ ସବୁ ‘ଦି ୱାୟର’ ନାମକ ଏକ ଇଂରାଜୀ ୱେବସାଇଟରେ ପ୍ରକାଶ ପାଇଥିଲା।

ଆଜି ମାମଲାର ଶୁଣାଣି ବେଳେ ସିଜେଆଇ ଜଷ୍ଟିସ୍‌ ଗୋଗୋଇ ଗଣମାଧ୍ୟମରେ କେମିତି ଏହି ଗୋପନୀୟ ଦସ୍ତାବିଜ ପ୍ରକାଶ ପାଇଲା ବୋଲି ଶ୍ରୀ ବର୍ମାଙ୍କ ମୁଖ୍ୟ ଓକିଲ ଫଲି ନରିମାନ୍‌ଙ୍କୁ ପ୍ରଶ୍ନ କରିଥିଲେ।

ଏଥିସହ ଗଣମାଧ୍ୟମରେ ପ୍ରକାଶିତ ଶ୍ରୀ ବର୍ମାଙ୍କ ବୟାନର ଏକ ନକଲ ମଧ୍ୟ ସିଜେଆଇ ଶ୍ରୀ ନରିମାନ୍‌ଙ୍କୁ ଦେଇଥିଲେ। ନରିମାନ୍‌ କହିଥିଲେ, ଏଥିପାଇଁ ସେ ଦାୟୀ ନୁହନ୍ତି। ଏହା ଶୁଣିବା ପରେ ସିଜେଆଇ ଜଷ୍ଟିସ୍‌ ଗୋଗୋଇ ଭୀଷଣ ରାଗି ଯାଇଥିଲେ।

ଏତିକି ବେଳେ ଅନ୍ୟତମ ଓକିଲ ଗୋପାଳ ଶଙ୍କର ନାୟାର ମଧ୍ୟ ଶ୍ରୀ ବର୍ମାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ହେଲେ ଜଷ୍ଟିସ୍‌ ଗୋଗୋଇ କହିଥିଲେ, ସୁପ୍ରିମକୋର୍ଟ ବାରମ୍ବାର ତାଗିଦ କରିବା ପରେ ମଧ୍ୟ ସିବିଆଇ ବିବାଦର ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହା ନିଶ୍ଚିୟ ନିନ୍ଦାର ବିଷୟ। ଆପଣ ଦୁଇ ଜଣ ଯାକ କେହି ବି ଶୁଣାଣି ପାଇଁ ଯୋଗ୍ୟ ନୁହନ୍ତି।

ଏହି ହାଇଡ୍ରାମା ୧୦ ମିନିଟ୍‌ରେ ଶେଷ ହୋଇଥିଲା।

ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌କେ କୌଲ ଏବଂ ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ ରହିଥିଲେ।

ସିଜେଆଇ ଆଜି କେବଳ ଶ୍ରୀ ବର୍ମାଙ୍କ ଜବାବର ଖବର ନୁହେଁ, ବରଂ ଅନ୍ୟ ଜଣେ ସିବିଆଇ ଅଫିସର ମନୀଷ କୁମାର ସିହ୍ନା ନରେନ୍ଦ୍ର ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କୋଟିକୋଟି ଟଙ୍କା ଲାଞ୍ଚ ନେଇଥିବା ଯେଉଁ ଅଭିଯୋଗ କରିଥିଲେ, ତାକୁ ମଧ୍ୟ ନାପସନ୍ଦ କରିଥିଲେ। ଶ୍ରୀ ସିହ୍ନା ଜଣେ କେନ୍ଦ୍ରମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ସିବିଆଇ ନଂ ୨ ରାକେଶ ଆସ୍ଥାନାଙ୍କ ଦୁର୍ନୀତି ଅଭିଯୋଗରେ ସଂପୃକ୍ତ ଥିବା କହିଥିଲେ।

ଏ ସମ୍ପର୍କରେ ସିଜେଆଇ କହିଛନ୍ତି, କୋର୍ଟ ଏମିତି ଏକ ସ୍ଥାନ ନୁହେଁ, ଯିଏ ଯେତେବେଳେ ଆସିବ ଓ ଯାହା ଇଚ୍ଛା କହିଯିବ। ଏହା ଏକ ଆଇନ୍‌ର ମନ୍ଦିର। ଏହାର ସମ୍ମାନ କରାଯିବା ଦରକାର।



from Odisha Reporter https://ift.tt/2R2AycI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages