ବିୟର ଫ୍ୟାକ୍ଟ୍ରି ଶିଳାନ୍ୟାସ କରି ଫେରୁଥିବା ବେଳେ ଜିଲ୍ଲାପାଳଙ୍କୁ ଅଟକାଇଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ବିୟର ଫ୍ୟାକ୍ଟ୍ରି ଶିଳାନ୍ୟାସ କରି ଫେରୁଥିବା ବେଳେ ଜିଲ୍ଲାପାଳଙ୍କୁ ଅଟକାଇଲେ ଗାଁ ଲୋକେ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲାରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଜିଲ୍ଲାପାଳ ଭିତ୍ତିପ୍ରସ୍ତର ସ୍ଥାପନ କରି ଫେରୁଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ବିଜେଡି ସରକାର ହାଏ ହାଏ ନାରା ଦେବା ସହିତ ଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସଦର ଥାନା ବଳରାମପୁର ଗାଁ ନିକଟସ୍ଥ ଜଙ୍ଗଲ ପାର୍ଶ୍ୱରେ ବିୟର ଫ୍ୟାକ୍ଟ୍ରି ହେବ। ଏହାର ଶିଳାନ୍ୟାସ କରିବା ପାଇଁ ଆଜି ଜିଲ୍ଲାପାଳ ଯାଇଥିଲେ। ଶିଳାନ୍ୟାସ ପରେ ଫେରୁଥିବା ବେଳେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାକୁ ନେଇ ପୁଲିସ ଓ ଗାଁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଗାଁ ଲୋକଙ୍କ ଅଭିଯୋଗ, ଯେଉଁ ସ୍ଥାନରେ ବିୟର ଫ୍ୟାକ୍ଟ୍ରି ହେବ ତାହା ଜଙ୍ଗଲ ଜମି। ଏହି ଜମିକୁ ଗାଁ ଲୋକେ ଦୀର୍ଘ ଦିନରୁ ଜଗି ଆସୁଛନ୍ତି। ଏହି ଜମିରେ ବିୟର ଫ୍ୟାକ୍ଟ୍ରି ହେଲେ ଜଙ୍ଗଲ ନଷ୍ଟ ହେବା ସହିତ ହାତୀ ଉପଦ୍ରବ ବଢ଼ିବ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

ମହିଳା ନେତ୍ରୀ ବବିତା ପାତ୍ର କହିଛନ୍ତି-“ମଦକୁ ବିରୋଧ କରି ୧୦ ବର୍ଷ ହେଲା ଆନ୍ଦୋଳନ କରିଆସୁଛୁ। ଯେଉଁମାନେ ମଦ ପିଉଛନ୍ତି ତାଙ୍କୁ ବାଡ଼ଉଛୁ ଓ ଯେଉଁମାନେ ବିକ୍ରି କରୁଛନ୍ତି, ସେମାନଙ୍କୁ ମଧ୍ୟ ମାଡ଼ ମାରୁଛୁ। ଏପରି ସ୍ଥଳେ ଏଠି ବିୟର ଫ୍ୟାକ୍ଟ୍ରି କାହିଁକି କରାଯାଉଛି? ଆମେ ଏହି ଜଙ୍ଗଲ ଜମିରେ ବିୟର ଫ୍ୟାକ୍ଟ୍ରି କରାଇଦେବୁନି। ଯିଏ ଏଠାକୁ ଆସିବ, ସେମାନଙ୍କୁ ମାରିବୁ ଓ ମରିବୁ। ଏହା ବିରୋଧରେ ୧୨ ଖଣ୍ଡ ଗାଁର ମହିଳା ଏକାଠି ହୋଇଛୁ। ଏଠାରେ ବିୟର ଫ୍ୟାକ୍ଟ୍ରି ହେଲେ, ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ।”



from Odisha Reporter https://ift.tt/2P7o3j7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages