ଏଇ ମହିଳାଙ୍କ ଗୀତର ଫ୍ୟାନ୍‌ ହେଲେ ରହମାନ୍‌, ବଦଳାଇଦେଲେ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଏଇ ମହିଳାଙ୍କ ଗୀତର ଫ୍ୟାନ୍‌ ହେଲେ ରହମାନ୍‌, ବଦଳାଇଦେଲେ ଭାଗ୍ୟ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସୋଶାଲ୍‌ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଟି କିଛି ବି ଭାଇରଲ୍‌ ହୋଇପାରେ।  ଏହି ସୋଶାଲ୍‌ ମିଡିଆ ଫଳରେ ଅନେକ ‘ବଣମଲ୍ଲୀ’ ସାମ୍ନାକୁ ଆସିଛନ୍ତି।

କହିବାର ଅର୍ଥ ଯେଉଁ ଟ୍ୟାଲେଣ୍ଟକୁ କେହି ଚିହ୍ନୁ ନ ଥିଲେ , ସେମାନେ ଏବେ ଏହି ସୋଶାଲ୍‌ ମିଡିଆ ପାଇଁ ହିରୋ ପାଲଟି ଯାଉଛନ୍ତି। ସେମିତି ଜଣେ ମହିଳା ହେଲେ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲାର ବେବି।

ତା ହେଲେ ଆସନ୍ତୁ ଜାଣିବା ଏଇ ବେବିଙ୍କ ସମ୍ପର୍କରେ।

ବେବିଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଧୂମ୍ ମଚାଉଛି।  ଏହି ଭିଡିଓରେ ସେ ଗୀତ ଗାଉଛନ୍ତି।  ସେ ଏତେ ଭଲ ଗୀତ ଗାଇଛନ୍ତି ଯେ, ତାଙ୍କ ଗୀତ ଶୁଣି ସଙ୍ଗୀତ କମ୍ପୋଜର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରହମାନ୍‌ ବି ତାଙ୍କ ଫ୍ୟାନ୍‌ ହୋଇଯାଇଛନ୍ତି। ସେ ସେଇ ମହିଳାଙ୍କୁ ପ୍ରଶଂସା କରିବାକୁ ବି ପଛାଇ ନାହାନ୍ତି।

ଏ.ଆର୍‌. ରହମାନ୍‌ ଏହି ଭିଡିଓକୁ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେୟାର୍‌ କରିଛନ୍ତି।  ଯାହାକୁ ଏବେ ପର୍ଯ୍ୟନ୍ତ  ୧୯ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।  ଭିଡିଓରେ ମହିଳା ଜଣଙ୍କ ‘ଓ ଛଲିୟା’ ଗୀତ ଗାଉଛନ୍ତି।

ବାସ୍ତବରେ ମହିଳାଙ୍କ ନାଁ ଗାଁ କେହି ଜାଣି ନ ଥିଲେ। ଭିଡିଓ ପୋଷ୍ଟ୍‌ ହେବା ପରେ ଜଣେ ବ୍ୟକ୍ତି କମେଣ୍ଟ୍‌ କରି ଗୀତ ଗାଇଥିବା ମହିଳାଙ୍କ ନାଁ କହିବା ପରେ ଏବେ ବେବିଙ୍କୁ ନେଇ ସବୁଆଡେ ଚର୍ଚ୍ଚା।

ଏହି ଭିଡିଓ ଦେଖିବା ପରେ  ମହିଳା ଜଣଙ୍କୁ ସଙ୍ଗୀତ ନିର୍ଦ୍ଦେଶକ କୋଟେସ୍ୱର ରାଓ ଗୀତ ଗାଇବାକୁ ମଧ୍ୟ ସୁଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଶଙ୍କର ମହାଦେବନ ଏମିତି ଜଣକର ଫ୍ୟାନ୍‌ ହୋଇଯାଇଥିଲେ।  ଶଙ୍କର ତାଙ୍କ ସହ ଗୀତ ଗାଇବାକୁ ଇଚ୍ଛା ବି ଜାହିର୍‌ କରିଥିଲେ।  ସେ ବ୍ୟକ୍ତି ଜଣକ ଥିଲେ ରକେସ୍‌ ଉନ୍ନି ।  ସେ କେରଳର ବାସୀନ୍ଦା।  ସେ କମଲ୍ ହସନ୍‌ଙ୍କ ଫିଲ୍ମ ‘ବିଶ୍ୱରୂପମ୍‌’ର ଗୋଟିଏ ଗୀତ ଗାଇଥିଲେ। କେବଳ ଶଙ୍କର ମହାଦେବନ ନୁହେଁ ଏମିତି ଆହୁରି ଅନେକ ଷ୍ଟାର ଥିଲେ ରାକେଶ୍‌ଙ୍କ ପ୍ୟାନ୍‌ ହୋଇଯାଇଥିଲେ।

Unknown, anonymous, beautiful voice…

A.R. Rahman यांनी वर पोस्ट केले बुधवार, १४ नोव्हेंबर, २०१८



from Odisha Reporter https://ift.tt/2qPFVjV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages