‘ଏୟାର ଓଡ଼ିଶା’ର ଲାଇସେନ୍ସ ବାତିଲ, ଆଉ ଉଡ଼ାଇ ପାରିବନି ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

‘ଏୟାର ଓଡ଼ିଶା’ର ଲାଇସେନ୍ସ ବାତିଲ, ଆଉ ଉଡ଼ାଇ ପାରିବନି ବିମାନ

air odisha

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଉଡ଼ାଣରେ ଅନିୟମିତତା କାରଣରୁ ‘ଏୟାର ଓଡ଼ିଶା’ ଜାତୀୟ ସ୍ତରରେ ପାଇଥିବା ୫୦ଟି ଉଡ଼ାଣ ରୁଟ୍‌କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବାତିଲ କରିଦେଇଛି। ଦୁଇଦିନ ପୂର୍ବେ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବାତିଲ କରାଯାଇଛି। ଏନେଇ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଲାଇସେନ୍ସ ରଦ୍ଦ କରିଥିବାରୁ ଏବେ ଏୟାର ଓଡ଼ିଶା ଆଉ ବିମାନ ଉଡ଼ାଣ କରିପାରିବ ନାହିଁ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଡ଼ାଣ ଯୋଜନାରେ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ବିମାନ ଝାରସୁଗୁଡ଼ାରୁ ରାୟପୁର ଯାଇଥିଲା। ତା’ପରଠାରୁ ବିମାନ ଚଳାଚଳରେ ଅନିୟମିତତା ଦେଖା ଦେଇଥିଲା। କେବେ ବିମାନ ଯାଉଥିଲା, କେବେ ଆସୁଥିଲା କିଛି ନିର୍ଦ୍ଦିଷ୍ଟ ସମୟସୂଚୀ ନଥିଲା। ଏହାଦ୍ୱାରା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପରେ ଅକ୍ଟୋବର ୬ ତାରିଖରରୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏପରିକି କଂଗ୍ରେସ, ବିଜେଡି ଓ କୋଶଳ କ୍ରାନ୍ତି ଦଳ ପକ୍ଷରୁ ପୃଥକ ପୃଥକ ଭାବେ ଆନ୍ଦୋଳନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

‘ଏୟାର ଓଡ଼ିଶା’ର ଲାଇସେନ୍ସ ରଦ୍ଦ ହୋଇଥିବାରୁ ଝାରସୁଗୁଡ଼ାରୁ ତୁରନ୍ତ ଅନ୍ୟ ଏୟାର ଲାଇନ୍‌ ଜରିଆରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।



from Odisha Reporter https://ift.tt/2zmUvnM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages