
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପଦ୍ମ ଧରିଛନ୍ତି ପୂର୍ବତନ ପ୍ରାଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସିଂହ ଉପସ୍ଥିତ ଥିଲେ। ଆସନ୍ତାକାଲି ଅପରାଜିତା ଓଡ଼ିଶା ଆସିବେ।
ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଦଳ ପକ୍ଷରୁ ଯୋଜନା କରାଯାଇଛି। ଅପରାଜିତାଙ୍କ ଯୋଗଦାନ ବିଜେପିକୁ ବଳ ଦେବ ଏବଂ ସଙ୍ଗଠନ ମଧ୍ୟ ମଜବୁତ୍ ହେବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି।
ଜଣେ ଦକ୍ଷ ଆଇଏଏସ୍ ଭାବେ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଥିଲା। ୧୯୯୪ ବ୍ୟାଚ୍ର ଆଇଏଏସ୍ ଅପରାଜିତା ବେଶ ଚର୍ଚ୍ଚାରେ ଥିଲେ। ନିଜ କାମକୁ ନେଇ ଲୋକଙ୍କ ପାଖରେ ଖୁବ୍ ପରିଚିତ ଥିଲେ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଥିଲେ। ବିଏମ୍ସି କମିଶନର୍ ଥିବା ବେଳେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଓ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଅପରାଜିତା। ଗଣଶିକ୍ଷା ବିଭାଗର ସଚିବ ଭାବେ ମଧ୍ୟ ଉଲ୍ଲେଖନୀୟ ସଂସ୍କାର ଆଣିଥିଲେ ଅପରାଜିତା। ଶିକ୍ଷକଙ୍କ ଲାଗି ୟୁନିଫର୍ମ ବ୍ୟବସ୍ଥାର ପ୍ରଚଳନ କରାଇ ସେ ବେଶ ସୁନାମ ଅର୍ଜନ କରିଥିଲେ।
from Odisha Reporter https://ift.tt/2AqcLMu
No comments:
Post a Comment