ଓଟିଭି ଟିମ୍‌କୁ ନିଜ ଚ୍ୟାମ୍ବରରୁ ତଡ଼ି ଦେଲେ କ୍ରୀଡ଼ା ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଓଟିଭି ଟିମ୍‌କୁ ନିଜ ଚ୍ୟାମ୍ବରରୁ ତଡ଼ି ଦେଲେ କ୍ରୀଡ଼ା ସଚିବ

vishal23

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ଟିକେଟ୍‌ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ଼ଗ୍‌ହସ୍ତ କ୍ରୀଡ଼ା ସଚିବ ବିଶାଲ ଦେବ। ଆଜି ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍‌କୁ ନିଜ ଚ୍ୟାମ୍ବରରୁ ତଡ଼ି ଦେଇଛନ୍ତି କ୍ରୀଡ଼ା ସଚିବ।

‘ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇ ନ ଥିଲା, ତମେ କାହିଁକି ଆସିଲ?’, ବୋଲି ସଚିବ ପ୍ରଶ୍ନ କରିଥିଲେ। ତାଙ୍କ ଚ୍ୟାମ୍ବର ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି ସେ କହିବା ସହ ଓଟିଭି ଟିମ୍ ସେଠାରୁ ନଗଲେ ସେ କିଛି କହିବେ ନାହିଁ ବୋଲି ଶୁଣାଇ ଦେଇଥିଲେ। ଓଟିଭି ଟିମ୍‌କୁ ସାମ୍ବାଦିକ ସମ୍ମିଳନୀ ଛାଡ଼ି ଚାଲିଯିବାକୁ ବାରମ୍ବାର କହିଥିଲେ କ୍ରୀଡ଼ା ସଚିବ। କେଉଁ କାରଣରୁ ଓଟିଭି ସମ୍ବାଦ ସଂଗ୍ରହ କରିପାରିବ ନାହିଁ ବୋଲି ତାଙ୍କୁ ପ୍ରତିନିଧି ପଚାରିବାରୁ ଗତକାଲି ବହୁତ କିଛି ହୋଇଛି, ତମେ କ’ଣ ସେ କଥା ଜାଣିନ କି ବୋଲି କ୍ରୀଡ଼ା ସଚିବ କହିଥିଲେ। ଓଟିଭି ଜବରଦସ୍ତି ମୋଡ଼ି ତୋଡ଼ି ଗୋଟିଏ କଥାକୁ ଅନ୍ୟ କଥା କରି ଦେଖାଉ ଥିବାରୁ ସେ ଚ୍ୟାନେଲ ସହ କଥା ହେବାକୁ ଚାହାନ୍ତି ନାହିଁ ବୋଲି ଦେବ କହିଥିଲେ।


ଓଟିଭି ପକ୍ଷରୁ କ୍ରୀଡା ସଚିବଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି, “କ୍ରୀଡ଼ା ସଚିବଙ୍କ ଅଭିଯୋଗ ମୁତାବକ ମୋଡ଼ି ତୋଡ଼ି ନୁହେଁ, ଆମେ ତଥ୍ୟଭିତ୍ତିକ ଖବର ପରିବେଷଣ କରୁ। ଗତକାଲି ଉଦ୍‌ଘାଟନୀ ଉତ୍ସବର ଅନଲାଇନ୍‌ରେ ଟିକେଟ ବିକ୍ରିକୁ ନେଇ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଅନେକ ଲୋକ ଏ ନେଇ ଅଭିଯୋଗ କରିଥିଲେ। ଓଡ଼ିଶାର ଅଧିକାଂଶ ଲୋକେ ଏ ଅବ୍ୟବସ୍ଥାକୁ ଅଙ୍ଗେ ନିଭାଇଥିଲେ । ଆଉ ଏ ସମ୍ପର୍କିତ ଖବର କେବଳ ଓଟିଭି ପରିବେଷଣ କରିବାରୁ ଆଜି ସଚିବଙ୍କ ରୋଷର ଶିକାର ହେବାକୁ ପଡ଼ିଛି।”



from Odisha Reporter https://ift.tt/2KoCZDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages