ନେହାଙ୍କ ଗର୍ଭଧାରଣକୁ ନେଇ ଏମିତି କହିଲେ ସ୍ୱାମୀ ଅଙ୍ଗଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ନେହାଙ୍କ ଗର୍ଭଧାରଣକୁ ନେଇ ଏମିତି କହିଲେ ସ୍ୱାମୀ ଅଙ୍ଗଦ୍

ମୁମ୍ବାଇ: ଅଭିନେତ୍ରୀ ନେହା ଧୁପିଆ ଓ ଅଙ୍ଗଦ ବେଦିଙ୍କ ବାହାଘରକୁ ନେଇ ବି’ଟାଉନ୍‌ରେ ବେଶ୍ ଚର୍ଚ୍ଚା ହୋଇଥିଲା। ଦୁଇ ଜଣ ଚୁପ୍‌ଚାପ୍‌ ବିବାହ କରି ସାରିବା ପରେ ସୋଶାଲ୍ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ବିବାହର କିଛି ଦିନ ପରେ ହିଁ ନେହା ନିଜେ ଗର୍ଭବତୀ ଥିବା ସୂଚନା ଦେଇଥିଲେ।

ଏବେ ନେହାଙ୍କ ଗର୍ଭଧାରଣକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ସ୍ୱାମୀ ଅଙ୍ଗଦ ବେଦି।

ନେହାଙ୍କ ପପୁଲାର୍‌ ଶୋ’ ‘ନୋ ଫିଲ୍ଟର୍‌ ନେହା’ରେ ଚଳିତ ସପ୍ତାହରେ ଅଙ୍ଗଦ ବେଦି ଅତିଥି ହୋଇ ଆସିଥିଲେ। ଏହି ଶୋ’ରେ ଅଙ୍ଗଦ ଖୁଲାସା କରିଛନ୍ତି ଯେ ନେହା ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ। ସୋଶାଲ୍‌ ମିଡିଆରେ ନେହା ଏହି ଶୋ’ର ଏକ ପ୍ରମୋ ଶେୟାର୍‌ ମଧ୍ୟ କରିଛନ୍ତି।

ଶୋ’ରେ ଅଙ୍ଗଦ କହିଥିଲେ, ନେହା ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଓ ଯେତେବେଳେ ଏ କଥା ତାଙ୍କ ବାପା ମା’ଙ୍କୁ ଜଣାପଡ଼ିଲା, ସେମାନେ ବହୁତ ରାଗି ଯାଇଥିଲେ ଓ ଅଙ୍ଗଦ୍‌ଙ୍କୁ ଖୁବ୍‌ ଗାଳି ମଧ୍ୟ କରିଥିଲେ।

ଅଙ୍ଗଦ୍‌ ଆହୁରି କହିଥିଲେ ଯେ ତାଙ୍କ ଜୀବନରେ ୭୫ ଜଣ ମହିଳା ଆସିଛନ୍ତି। ୭୫ ଜଣ ମହିଳାଙ୍କୁ ଡେଟ୍‌ କରିବା ପରେ ସେ ନେହାଙ୍କ ସହ ବିବାହ କରିଛନ୍ତି। ଏପରିକି ନିଜଠାରୁ ଅଧିକ ବୟସର ଝିଅଙ୍କୁ ବି ସେ ଡେଟ୍‌ କରିଛନ୍ତି। ତେବେ କାହାସହ ବେଶୀ ଦିନ ରିଲେସନ୍‌ଶିପ୍‌ରେ ରହି ପାରି ନାହାନ୍ତି।



from Odisha Reporter https://ift.tt/2DshkJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages