
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ କେବଳ ପ୍ରଚାରସର୍ବସ୍ୱ ଓ ଲୋକଦେଖାଣିଆ କାର୍ଯ୍ୟକ୍ରମ ବୋଲି ବିଜେପି କହିଛି। ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେଉନି କି ବିକାଶକୁ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଆଗ୍ରହୀ ନାହାନ୍ତି। ଏହା କେବଳ ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ସଦୃଶ ହୋଇଛି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।
ଦଳର ଉପସଭାପତି ସମୀର ମହାନ୍ତି ଏକ ପ୍ରେସ ରିଲିଜରେ କହିଛନ୍ତି ଯେ, ଚଳିତମାସ ୧୧ ତାରିଖରୁ ଆରମ୍ଭ ହେଉଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏହା ବ୍ୟତୀତ ମେକ ଇନ୍ ଓଡ଼ିଶା, ଶିଳ୍ପାୟନ ଓ ଅର୍ଥନୀତି ବିକାଶ ପାଇଁ ସଡ଼କ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ସେ କହିଛନ୍ତି। ମୋଦି ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଆବଣ୍ଟିତ କରୁଥିବାବେଳେ ଭାରତ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ଓ ପ୍ରସ୍ତାବିତ ସଡ଼କ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି।
ମୋଦି ସରକାର ଦାୟିତ୍ୱ ନେବାବେଳେ ଓଡ଼ିଶାରେ ମୋଟ ୪୬୫୦ କିମି ଜାତୀୟ ରାଜପଥ ଥିଲା। ମୋଦିଙ୍କ ଶାସନର ୫ବର୍ଷ ନପୂରୁଣୁ ଓଡ଼ିଶାରେ ରାଜପଥକୁ ଦୁଇଗୁଣରୁ ଅଧିକ କରି ୧୦ହଜାର କିମି ଲମ୍ବର ଜାତୀୟ ରାଜପଥ ବିଛାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାରଙ୍କ ସବୁ ପ୍ରସ୍ତୁତି ସତ୍ୱେ ୬ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗହଣ ଓ ଜଙ୍ଗଲ ଅନୁମତି ନମିିଳିବାରୁ ଏହା ପଡ଼ି ରହିଥିବା କ୍ଷୋଭର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
from Odisha Reporter https://ift.tt/2ROj3gf
No comments:
Post a Comment