
ମସ୍କୋ: କୁହାଯାଏ ନିୟମ ଭାଙ୍ଗିବାପାଇଁ କରାଯାଇଥାଏ। ପ୍ରଶାସନ ଯେତେସବୁ କଡ଼ା ନିୟମ କଲେ ମଧ୍ୟ କିଛି ଚାଲାକ ବ୍ୟକ୍ତି ଚତୁରତାର ସହିତ ଖସିଯାଆନ୍ତି ଏବଂ ଏସବୁକୁ ନେଇ ପ୍ରସ୍ତୁତ ଭିଡିଓସବୁ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଏଭଳି ଏକ ଘଟଣା ଘଟିଛି ରୁଷ୍ରେ। ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାଯାଉଛି ଏହା ବ୍ଲାଡିବୋଷ୍ଟକ୍ ସହରରେ ଥିବା ଜୋଲୋଟୀ ସେତୁର ଦୃଶ୍ୟ।
ଗୋଲ୍ଡେନ୍ ବ୍ରିଜ୍ ନାମରେ ଖ୍ୟାତି ଲାଭ କରିଥିବା ଏହି ସେତୁରେ ପଦଯାତ୍ରୀଙ୍କ ପାଇଁ ୨୦୧୫ ମସିହାରୁ କଟକଣା ଜାରି ହୋଇଛି। କିନ୍ତୁ ଭିଡିଓର ଦୃଶ୍ୟମାନ ହେଉଥିବା ୪ ଯୁବକ ଏହି ନିୟମକୁ ଅତି ସହଜରେ ଏଡ଼ାଇଯାଇ ପାରିଛନ୍ତି। ସେମାନେ ଛୋଟ ବସ୍ ପରି ଦୃଶ୍ୟମାନ ହେଉଥିବା ହଳଦିଆ ରଙ୍ଗର ଏକ ଖୋଳପା ମୁଣ୍ଡେଇ ସେତୁ ପାର ହେଉଥିଲେ। ଏବଂ ସେମାନଙ୍କର ଏହି ଅଜବ ବୁଦ୍ଧି ରାସ୍ତା ପାର କରିବାରେ ସଫଳ ମଧ୍ୟ ହୋଇଛି।
ସବୁଠାରୁ ମଜାଦାର କଥା ହେଉଛି ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବା ବଦଳରେ ବାଟ କଢ଼ାଇ ନେଉଛନ୍ତି। ଏହି ଅଦ୍ଭୁତ ୪ ଗୋଡ଼ିଆ ଯାନ ରାସ୍ତା ପାରି ହେବାକୁ ଅପେକ୍ଷା କରିଥିବା ଏକ କାର୍ରୁ କିଛି ବ୍ୟକ୍ତି ଏହାକୁ ଶୁଟିଂ କରି ସୋଶାଲ ମିଡିଆରେ ଛାଡ଼ିବାପରେ ଏହା ଭାଇରାଲ ହେବାରେ ଲାଗିଛି।
from Odisha Reporter https://ift.tt/2OIIu0s
No comments:
Post a Comment