ଏହି ରାଶିର ବ୍ୟକ୍ତି ଦାମୀ ପୋଷାକ ପିନ୍ଧିଥାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଏହି ରାଶିର ବ୍ୟକ୍ତି ଦାମୀ ପୋଷାକ ପିନ୍ଧିଥାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମସ୍ତେ ନିଜ ପସନ୍ଦ ହିସାବରେ ହିଁ ପୋଷାକ ପିନ୍ଧିଥାନ୍ତି। ବେଳେ ବେଳେ ଅନ୍ୟ ପସନ୍ଦ ମଧ୍ୟ ଆମକୁ ଭଲ ଲାଗିଥାଏ। ଆଉ ଆମେ ସେହି ଅନୁଯାୟୀ, ଡ୍ରେସ୍‌ କିଣିଥାଉ ବା ପିନ୍ଧି ଥାଉ। ସେହି ପରି ପୋଷାକକୁ ନେଇ ବ୍ୟକ୍ତିର ବ୍ୟକ୍ତିତ୍ୱ କିମ୍ବା ଷ୍ଟାଟସ୍‌ ଆକଳନ କରାଯାଏ। ପୋଷାକକୁ ନେଇ ଜ୍ୟୋତିଷ ଶାସ୍ତ୍ର ସହ ସମ୍ପର୍କ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶିର ଲୋକେ ଅଛନ୍ତି ଯେଉଁମାନେ ଦାମୀ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଡ୍ରେସ୍‌କୁ କିଛି ରୋଚକ କଥା।

ମେଷ:ଏହି ରାଶିର ବ୍ୟକ୍ତି ରଙ୍ଗ ବେରଙ୍ଗର ପୋଷାକ ପିନ୍ଧିବା ପାଇଁ ପସନ୍ଦ କରିଥାନ୍ତି।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ଏପରି ପୋଷାକ ପିନ୍ଧିଥାନ୍ତି, ଯେଉଁଥିରେ ତାଙ୍କର ବ୍ୟକ୍ତିତ୍ୱ ଲୁଚି ଯାଇଥାଏ। ପୋଷାକ ମାମଲାରେ ଏମାନଙ୍କ ପସନ୍ଦ ଭଲ ନୁହେଁ ବୋଲି କୁହାଯାଏ।

ମିଥୁନ:ଏହି ରାଶିର ବ୍ୟକ୍ତି ନିଜ ପୋଷାକକୁ ନେଇ ସତର୍କ ରହିଥାନ୍ତି। କୁହାଯାଏ ଏମାନେ ନିଜ ପୋଷାକ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିଥାନ୍ତି।

କର୍କଟ:ଏହି ରାଶିର ବ୍ୟକ୍ତି ପୋଷାକ ପିନ୍ଧିବା ତାଙ୍କ ମନ ସହିତ ଯୋଡି ହୋଇ ରହିଥାଏ। ଏହାର ଅର୍ଥ ଏମାନେ ନିଜ ମୁଡ୍‌ ହିସାବରେ ପୋଷାକ ପିନ୍ଧିଥାନ୍ତି।

ସିଂହ:ଏହି ରାଶିର ବ୍ୟକ୍ତି ପୋଷାକ ପସନ୍ଦ କରିବାରେ ଦୁର୍ବଳ ଥାନ୍ତି। ଭଲ ପୋଷାକ ପିନ୍ଧିବା ପାଇଁ ଏମାନଙ୍କୁ ବାରମ୍ୱାର କହିବାକୁ ପଡ଼ିଥାଏ।

କନ୍ୟା:ବାସ୍ତୁ ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କୁ ଦାମୀ ପୋଷାକ ଭଲ ଲାଗିଥାଏ।

ତୁଳା:କୁହାଯାଏ କି ଏହି ରାଶିର ବ୍ୟକ୍ତି ଷ୍ଟାଇଲିସ୍‌ ପୋଷାକ ପିନ୍ଧିଥାନ୍ତି ଏବଂ ନୂଆ ପୋଷାକକୁ ନେଇ ସର୍ବଦା ଅପ୍‌ଡେଟ୍‌ ରହିଥାନ୍ତି।

ବିଚ୍ଛା:ଏହି ରାଶିର ବ୍ୟକ୍ତି କେବେ ଭଲ ପୋଷାକ ପିନ୍ଧନ୍ତି ତ’ କେବେ ଖରାପ ପୋଷାକ ପିନ୍ଧିଥାନ୍ତି।

ଧନୁ:ଏହି ରାଶିର ବ୍ୟକ୍ତି ପୋଷାକ ପସନ୍ଦକୁ ସହଜରେ ନେଇଥାନ୍ତି ଏବଂ ସାଧାରଣ ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି।

ମକର:ଏହି ରାଶିର ବ୍ୟକ୍ତି ୩୦ ବର୍ଷ ପର୍ଯ୍ୟନ୍ତ ପୋଷାକର ରୁଚିକୁ ନେଇ ସଚେତନ ନଥାନ୍ତି। କିନ୍ତୁ ୩୦ ବର୍ଷ ପରେ ଏମାନେ ପୋଷାକ ପସନ୍ଦକୁ ଗଭୀର ଭାବରେ ଗ୍ରହଣ କରିଥାନ୍ତି।

କୁମ୍ଭ:କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଗୋଟିଏ ଡ୍ରେସ୍ କିମ୍ୱା ଶାଢି ବାରମ୍ୱାର ପିନ୍ଧିବା ପସନ୍ଦ ହୋଇଥାଏ। ଏମାନଙ୍କ ଏପରି ଆଚରଣ ପାଇଁ ଅନ୍ୟ ଲୋକ ସମସ୍ୟାରେ ପଡ଼ିଥାନ୍ତି।

ମୀନ:ଏହି ରାଶିର ବ୍ୟକ୍ତି ପୋଷାକ ପସନ୍ଦ କରି ପିନ୍ଧିବାକୁ ଗୁରୁତ୍ୱ ଦେଇଥାନ୍ତି। ଅଥବା ନୂଆ ନୂଆ କଲେକ୍‌ସନ୍‌ ନିଜ ପାଖରେ ରଖିଥାନ୍ତି।



from Odisha Reporter https://ift.tt/2DoBncC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages