
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଯାହାକୁ ନକ୍ସଲ ପୁଲିସ୍ ଭାବି ଉଠାଇ ଆଣିଥିଲା, ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି। ସେ ଆନ୍ଧ୍ରପ୍ରଦେଶରେ ଏକ ଇଟାଭାଟିରେ କାମ କରୁଥିଲେ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ସ୍ପଷ୍ଟ କରିଛନ୍ତି।
ଆଇଜି କହିଛନ୍ତି,“ଖୋର୍ଦ୍ଧାର ବେଗୁନିଆ ଥାନାରେ ଅଟକ ଥିବା ଯୁବକ ମାଓବାଦୀ ନୁହନ୍ତି। ତାଙ୍କ ନାଁ ସୁରେଶ ପହଁରିଆ। ତାଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଡେନ ଅଞ୍ଚଳରେ। ସେ ଆନ୍ଧ୍ରରେ ଏକ ଇଟାଭାଟିରେ କାମ କରୁଥିଲେ। କିନ୍ତୁ ତାଙ୍କ ଉପରେ ଟଙ୍କା ବାକି ଥିବାରୁ ସେଠାରୁ ପଳାଇ ଆସି ଗଜମୁଣ୍ଡିଆ ଜଙ୍ଗଲରେ ଲୁଚି ରହିଥିଲେ। ତେବେ ଏନେଇ ଅଧିକ ତଦନ୍ତ ଚାଲିଛି।”
ଗତକାଲି ସୁରେଶ ବଜାରରୁ କିଛି ଖାଦ୍ୟ ସାମଗ୍ରୀ କିଣୁଥିବା ବେଳେ ମାଓବାଦୀ ସନ୍ଦେହରେ କିଛି ଲୋକ ତାଙ୍କୁ ଅଟକ ରଖି ବେଗୁନିଆ ଥାନାକୁ ଖବର ଦେଇଥିଲେ।
ପରେ ଏହାକୁ ନେଇ ଗଜମୁଣ୍ଡିଆ ଜଙ୍ଗଲରେ ଏସଓଜି ଓ ପୁଲିସ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ମଧ୍ୟ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ସୁରେଶ ସହିତ ଆଉ ଦୁଇ ଜଣ ଥିଲେ। ତେବେ ସେମାନେ ଭୟଭୀତ ହୋଇ ପଳାଇଥିଲେ। ସୁରେଶ ପୁଲିସ୍କୁ ଏ କଥା କହିଥିବା ଜଣାପଡ଼ିଛି।
from Odisha Reporter https://ift.tt/2qzFEBq
No comments:
Post a Comment