ଅବକାରୀ ବିଭାଗ ହଟହଟା: କର୍ମଚାରୀଙ୍କୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଅବକାରୀ ବିଭାଗ ହଟହଟା: କର୍ମଚାରୀଙ୍କୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଲେ ଲୋକେ

child

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ଅଭିଯୁକ୍ତଙ୍କୁ  ଛଡ଼ାଇ ନେବା ସହ ଜବତ ମଦକୁ ମଧ୍ୟ ନେଇ ଯାଇଛନ୍ତି ଲୋକେ। ଏଥିସହ ଅବକାରୀ ଗାଡ଼ିକୁ ଭଙ୍ଗି ଚୁରମାର କରିଦେଇଛନ୍ତି।

ସୂଚନା ଅନୁସାରେ, ଆଜି ବସ୍ତା ଅବକାରୀ ଉପନିରୀକ୍ଷକଙ୍କ ୭ ଜଣିଆ ଟିମ୍‌ ମିରିଗିମୁଣ୍ଡି ଓ ବରହପୁର ଅଞ୍ଚଳରେ ଚଢ଼ଉ କରିଥିଲା। ଏଥିରେ ବିପୁଳ ପରିମାଣର ଦେଶୀ ଜବତ କରାଯିବା  ସହ  ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ  ଅବକାରୀ କର୍ମଚାରୀ ଫେରିବା ସମୟରେ  କସିପଦା ମାଛ ମାର୍କେଟ୍‌ରେ ୧୦ରୁ ୧୨ ଜଣ ଲୋକ ଅତର୍କିତ ଭାବେ ଗାଡ଼ିକୁ ଟେକା ପଥର ମାଡ଼ କରିଥିଲେ। ଏହାସହ ଠେଙ୍ଗାରେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ମହିଳା କନଷ୍ଟେବଲଙ୍କ ସହିତ ଅନ୍ୟ ଦୁଇ ଜଣ କନଷ୍ଟେବଲ ଆହତ ହୋଇଛନ୍ତି।

ଆକ୍ରମଣକାରୀ ଦୁଇ ଗିରଫ ଅଭିଯୁକ୍ତଙ୍କୁ ଛଡ଼ାଇ ନେବା ସହ ମଦକୁ ନେଇ ଯାଇଛନ୍ତି।



from Odisha Reporter https://ift.tt/2FonqwZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages