
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ଆଜି ଭୁବନେଶ୍ୱର ଉପକଣ୍ଠରେ ଏକ ଅଘଟଣ ଘଟିଛି।
ବନମାଳିପୁର ନୂଆସାହିରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ସ୍ୱାମୀ ଓ ସ୍ତ୍ରୀ ବୋଲି ସୂଚନା ମିଳିଛି। ଗୁରୁତରଙ୍କୁ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି।
ବାଣ ବିସ୍ଫୋରଣ ପରେ ଘରେ ନିଆଁ ଲାଗି ଯାଇଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ତିନି ରୁମ୍ ବିଶିଷ୍ଟ କୋଠାଘର ଛିନ୍ଛତ୍ର ହୋଇଯାଇଛି।
ଗାଁରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/2PysAuh
No comments:
Post a Comment