
ପୁରୀ (ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଦଇତାପତି ସେବାୟତମାନେ ପାରମ୍ପରିକ ରୀତିନୀତିରେ ଭୋଗ ମଣ୍ଡପ ସରିବା ପରେ ପଇତା ଲାଗି ହେବ।
ପଇତା ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୫ଟାରୁ ରାତି ୯ ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।
ଆଜି ପଇତା ଲାଗି ହେଉଥିବାବେଳେ ଆସନ୍ତାକାଲି ଶ୍ରୀଜିଉଙ୍କର ବନକ ଲାଗି ବା ମୁଖ ଶୃଙ୍ଗାର ନୀତି ହେବ। ଦତ୍ତ ମହାପାତ୍ର ସେବକମାନେ ବନକ ଲାଗି କରିବେ।
ଶ୍ରୀଜିଉଙ୍କର ବନକ ଲାଗି ମଧ୍ୟ ଗୁପ୍ତ ନୀତି ହୋଇଥିବାରୁଏହାକୁ ଦ୍ୱିତୀୟ ଭୋଗ ମଣ୍ଡପରେ କରାଯିବ। ଏଥିପାଇଁ ୪ ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ।
ଶ୍ରଦ୍ଧାଳୁମାନେ ଏହି ସମୟରେ ବେଢ଼ା ପରିକ୍ରମା କରିବା ସହ ଅନ୍ୟ ଦେବାଦେବୀଙ୍କ ଦର୍ଶନ କରିପାରିବେ। ହେଲେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ ।
from Odisha Reporter https://ift.tt/2Safv7W
No comments:
Post a Comment