ବସ୍‌ଷ୍ଟାଣ୍ଡ, ସ୍କୁଲ୍‌ ଓ ବସ୍‌ରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ବସ୍‌ଷ୍ଟାଣ୍ଡ, ସ୍କୁଲ୍‌ ଓ ବସ୍‌ରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର

naxal

uuuମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ଗତକାଲି ନକ୍ସଲଙ୍କ ତରଫରୁ ଜାରି କରାଯାଇଥିବା ଅଡିଓ ଟେପ୍‌କୁ ବିରୋଧ କରି ପୋଷ୍ଟର ମରାଯାଇଛି। ସଂପୂର୍ଣ୍ଣ ହଂସା ମୁକ୍ତ ଓଡ଼ିଆ ଅଭିଯାନର ଜିଲ୍ଲା କମିଟି ତରଫରୁ ମୁନିଗୁଡ଼ା ବସ୍‌ଷ୍ଟାଣ୍ଡ, ପ୍ରାଥମିକ ବିଦ୍ୟାଳୟ ଓ ବସ୍‌ରେ ଏହି ପୋଷ୍ଟର ମରାଯାଇଛି।

ଉକ୍ତ ପୋଷ୍ଟରରେ ନକ୍ସଲଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଅତ୍ୟାଚାରକୁ ବିରୋଧ କରାଯାଇଛି। ଏଥିସହ ବଘୁନା ଡିଭିଜନାଲ ସମ୍ପାଦକଙ୍କ ଅଡିଓ ଟେପ୍‌ ଜାରିକୁ ମଧ୍ୟ ବିରୋଧ କରାଯାଇଛି।

ପୋଷ୍ଟରରେ ଲେଖାଯାଇଛି- ଭୋକ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କର। ଓଡ଼ିଶା ତୁମ ପୈତୃକ ସମ୍ପତ୍ତି ନୁହେଁ ଯେ ତୁମ କଥାରେ ପରିଚାଳିତ ହେବ। ଆଦିବାସୀ ଓ ଚାଷୀଙ୍କ ବିକାଶ କଥା କହୁଛ। ତା’ହେଲେ ସରକାରଙ୍କ ଉନ୍ନତିମୂଳକ ପଦକ୍ଷେପକୁ କାହିଁକି ବିରୋଧ କରୁଛ? ସେମାନଙ୍କ ପାଇଁ ଆସୁଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଓ ଗମନାଗମନର କାର୍ଯ୍ୟକୁ ବିରୋଧ କରି ବିସ୍ଫୋରଣ କରିବା ସହ ହିଂସାତ୍ମକ କାର୍ଯ୍ୟ କରୁଛ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ଏଥିସହ ଓଡ଼ିଶା ରାଜ୍ୟ ନକ୍ସଲ ମୁର୍ଦାବାଦ, ବଘୁନା ଡିଭିଜନାଲ କମିଟି ମୁର୍ଦାବାଦ ଓ ବଘୁନା ସମ୍ପାଦକ ଉକାମାନ୍ତ ମୁର୍ଦାବାଦ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି।

ସେହିପରି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ମଧ୍ୟ ନକ୍ସଲ ବିରୋଧୀ ପୋଷ୍ଟର ମରାଯାଇଛି। ସେଠାରେ ବି ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲାଗିଛି। ପୋଷ୍ଟରରେ ନକ୍ସଲଙ୍କୁ ଖୋଲା ଚ୍ୟାଲେଞ୍ଚ କରାଯାଇଛି। ତୁରନ୍ତ କଳାହାଣ୍ଡି ଛାଡ଼ିବାକୁ ସେମାନଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ- ‘ନବୀନ ସରକାର ଫମ୍ପା ମାଠିଆ’



from Odisha Reporter https://ift.tt/2Ft8pdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages