
ଫୁଲବାଣୀ (ତ୍ରିନାଥ ସାହୁ): ପୁଲିସ୍ ଗୁଳିରେ ଆହତ ହୋଇଛି ଗଞ୍ଜେଇ ମାଫିଆ ମୁନା ଦିଗାଲ।
ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀର ବ୍ରାହ୍ମଣୀ ପାହାଡ଼ରେ ମୁନା ଥିବା ନେଇ ପୁଲିସ୍ ଖବର ପାଇଥିଲା। ତାକୁ ଧରିବା ପାଇଁ ପୁଲିସ୍ ସେଠାକୁ ଯାଇଥିବା ବେଳେ ସେ ଗୁଳି ଚଳାଇଥିଲା। ପୁଲିସ୍ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ତା’ ଡାହାଣ ଆଣ୍ଠୁରେ ଗୁଳି ବାଜି ଥିଲା।
ମୁନାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତା’ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।
ମୁନା ଗତ ୨ ତାରିଖ ଦିନ ଫୁଲବାଣୀର ଆନନ୍ଦ ବଜାରରେ ଗୋଛାପଡ଼ା ଥାନା ଓଆଇସିଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲା। ତା’ପରେ ପୁଲିସ୍ ତାକୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା।
କନ୍ଧମାଳ ଜିଲ୍ଲା ଅତିରିକ୍ତ ଏସ୍ପି କହିଛନ୍ତି ଯେ ମୁନା ନାଁରେ ଗଞ୍ଜେଇ ଚୋରା ଚାଲାଣ ନେଇ ୧୧ଟି ମାମଲା ରହିଛି। ତା’ସହିତ ତା ନାଁରେ ଦୁଇଟି ଜାମିନ ବିହୀନ ୱାରେଣ୍ଟ ରହିଥିଲା।
from Odisha Reporter https://ift.tt/2QkrFuo
No comments:
Post a Comment