
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ଖୁସି ଓ ଭାବନା ବ୍ୟକ୍ତ କରିବା ପାଇଁ ଲୋକେ ଡ୍ୟାନ୍ସ୍ କରିଥା’ନ୍ତି। ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ ଡ୍ୟାନ୍ସ୍ ମଧ୍ୟ ବେଶ୍ ସହାୟକ ହୋଇଥାଏ। ଏହା ଏକ ପ୍ରକାର ଏକ୍ସର୍ସାଇଜ୍ ଯାହା ଆପଣଙ୍କ ଓଜନ ମଧ୍ୟ କମ୍ କରିବାରେ ସାହାଯ୍ୟ କରେ। ଫିଟ୍ ରହିବା ପାଇଁ ଯଦି ଆପଣ ଜିମ୍ ଯାଉନାହାନ୍ତି, ତେବେ ଆପଣ ଡ୍ୟାନ୍ସ୍ କରି ଶରୀରରୁ ସୁସ୍ଥ ରଖିପାରିବେ।
ଆସନ୍ତୁ ଜାଣିବା. ଡ୍ୟାନ୍ସ୍ କରିବା ଦ୍ୱାରା ଶରୀରକୁ ଅନ୍ୟ କେଉଁ ଲାଭ ହୋଇଥାଏ।
ସ୍ମୃତି ଶକ୍ତି ବଢ଼ିଥାଏ:
ଡ୍ୟାନ୍ସ୍ କେବଳ ଶରୀର ନୁହେଁ, ବରଂ ଆପଣଙ୍କ ସ୍ମୃତି ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ। ଏହା ଦ୍ୱାରା ବୟସ କମ୍ ଲାଗିବା ସହିତ ଡିମେନ୍ସିଆ(ମାନସିକ ରୋଗ)କୁ ମଧ୍ୟ ଭଲ କରାଯାଇପାରିବ। ଡ୍ୟାନ୍ସ୍ ମଧ୍ୟରେ ଏରୋବିକସ୍ କରିବା ମସ୍ତିଷ୍କ ପାଇଁ ଭଲ।
ଶକ୍ତି ବଢ଼ାଇଥାଏ:
ନିଜର ଭାବନାକୁ ବ୍ୟକ୍ତ କରିବା ପାଇଁ ଆମେ ଡ୍ୟାନ୍ସ୍ କରିଥାଉ ସତ। ତେବେ ଏହାଦ୍ୱାରା ଆପଣ ରିଲାକ୍ସ ଅନୁଭବ କରିବା ସହିତ ଶରୀରକୁ ଶକ୍ତି ମିଳିଥାଏ।
ଚିନ୍ତା ଦୂର କରେ:
ଯଦି ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଆପଣ ଡ୍ୟାନ୍ସ୍ର ସାହାଯ୍ୟ ନେଇ ପାରିବେ। ଏଥିପାଇଁ ଆପଣ ଯେ କୌଣସି ପ୍ରକାର ଡ୍ୟାନ୍ସ୍ କରିପାରିବେ।
ହୃଦୟକୁ ସୁସ୍ଥ ରଖେ:
ଡ୍ୟାନ୍ସ୍ ଏକ ଆକ୍ଟିଭିଟି, ଯାହା ହୃଦ୍ଘାତଜନିତ ସମସ୍ୟା ହେବାକୁ ଦେଇନଥାଏ। ହାର୍ଟକୁ ସୁସ୍ଥ ରଖିବା ପାଇଁ ଆପଣ ଡ୍ୟାନ୍ସ୍ ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ନିଃଶ୍ୱାସଜନିତ ସମସ୍ୟା ମଧ୍ୟ ଦୂର ହୋଇପାରିବ।
from Odisha Reporter https://ift.tt/2QcqJIr
No comments:
Post a Comment