କିଛି ଗଣମାଧ୍ୟମକୁ କଭରେଜ ପାଇଁ ଅନୁମତି ନଦେବା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

କିଛି ଗଣମାଧ୍ୟମକୁ କଭରେଜ ପାଇଁ ଅନୁମତି ନଦେବା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

jual oram

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଛି ବିଶ୍ୱକପ୍ ହକି। ଏଥିପାଇଁ ସବୁଠି ହକିକୁ ନେଇ ଉତ୍ସାହ ଓ ଉଦ୍ଦୀପନା। ତେବେ ବଡ଼ ଆୟୋଜନ ଭିତରେ କିନ୍ତୁ ସରକାରଙ୍କ ଛୋଟ ମାନସିକତାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।

ସେ ଅଭିଯୋଗ କରିଛନ୍ତି, ସରକାର ହକି ପାଇଁ କମ୍ ବରଂ ଦଳର ପ୍ରଚାର ଅଧିକ ପ୍ରୟାସ କରୁଛନ୍ତି। ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ସରକାର ପାତରଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି ଜୁଏଲ। ଛୋଟ ମନରେ ବଡ଼ କାମ ହୁଏ ନାହିଁ ବୋଲି କଟାକ୍ଷ କରିବା ସହ କିଛି ଗଣମାଧ୍ୟମକୁ କଭରେଜ ପାଇଁ ଅନୁମତି ନଦେବା ଘଟଣାକୁ ବି ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ।

ସେପଟେ ହକି ବିଶ୍ୱକପ୍‌ କଭରେଜରୁ ଓଟିଭି ସମେତ ଅନ୍ୟ କିଛି ଗଣମାଧ୍ୟମକୁ ବାରଣ କରାଯିବାକୁ ନେଇ ଉଠିଛି ପ୍ରଶ୍ନବାଚୀ।

ପ୍ରଥମେ ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ପରେ ବିଶ୍ୱକପ୍‌ କଭରେଜ୍‌ ପାଇଁ ମିଡ଼ିଆ ଆକ୍ରେଡିଟେସନ୍‌ରୁ ବଞ୍ଚିତ କରାଯାଇଛି। ନିଜ ଖରାପ ବ୍ୟବହାର ପାଇଁ କ୍ଷମା ମାଗିବା ପରିବର୍ତ୍ତେ ସଂପୃକ୍ତ ପ୍ରଶାସକ ଓ ବିଶ୍ୱକପ୍‌ ଆୟୋଜକ ଓଲଟା ନିମ୍ନସ୍ତରରକୁ ଯାଇ କଭରେଜ୍‌ ଲାଗି ସ୍ୱୀକୃତି ଦେଇନାହାଁନ୍ତି। ତେବେ ଟେଲିଭିଜନ ରେଟିଂ ଦୃଷ୍ଟିରୁ ଓଟିଭିଠାରୁ ଢେର ପଛରେ ଥିବା ଚ୍ୟାନେଲ ଗୁଡ଼ିକୁ କଭରେଜ ପାଇ ଅନୁମତି ଦିଆଯାଇଥିବା ବେଳେ ଓଟିଭିକୁ ବାରଣ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଛି। ଅନ୍ୟ କିଛି ପ୍ରିଣ୍ଟ ଓ ଡିଜିଟାଲ୍ ମିଡିଆକୁ ମଧ୍ୟ କଭରେଜ ପାଇଁ ଅନୁମତି ମିଳିନି। ଏପରିକି ରାଜ୍ୟର କେତେଜଣ ଆଗଧାଡ଼ିର କ୍ରୀଡ଼ା ସାମ୍ବାଦିକଙ୍କୁ ମଧ୍ୟ ଜାଣିଶୁଣି ପାସ ଦିଆଯାଇନାହିଁ। ରାଜ୍ୟର ରାଜକୋଷରୁ ଅର୍ଥ ବ୍ୟୟ କରି ଏହି ହକି ମହାକୁମ୍ଭ ଆୟୋଜିତ ହେଉଥିଲେ ହେଁ କେତେକ ହାତଗଣତି ଅଫିସର ଓ ରାଜନେତା ଏହାକୁ ସେମାନଙ୍କର ପାରିବାରିକ ଉତ୍ସବ ଭାବି ନେଇଥିବା କୁହାଯାଉଛି।

ଆକ୍ରୋଶ ରଖି ଗଣମାଧ୍ୟମକୁ ବିଶ୍ୱକପ୍‌ ହକି କଭରେଜରୁ ବାରଣ କରିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ତେବେ ବିଜେଡିର ପୂର୍ବତନ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ତୀର୍କୀ କହିଛନ୍ତି କଭେରଜ କିଏ କେମିତି କରିବ ସେ ଦାୟିତ୍ୱ ହକି ଫେଡେରେସନର। ରାଜ୍ୟ ସରକାରଙ୍କ ଏଥିରେ କିଛି କରିବାର ନାହିଁ ବୋଲି ଦିଲ୍ଲୀପ ତିର୍କି ସଫେଇ ଦେଇଛନ୍ତି। କିନ୍ତୁ ହକି ଫେଡେରେସନ ସୂତ୍ରରୁ ଜଣାପଡିଛି ଯେ ରାଜ୍ୟର ଗଣମାଧ୍ୟମ ଚୟନ କ୍ଷେତ୍ରରେ ରାଜ୍ୟ କ୍ରୀଡ଼ା ବିଭାଗକୁ ସମସ୍ତ ଦାୟିତ୍ୱ ଦିଆଯାଇଥିଲା।



from Odisha Reporter https://ift.tt/2r6gudU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages