ଆଇଏଏସ୍‌ ନା ଇଭେଣ୍ଟ କମ୍ପାନୀ ମାଲିକ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଆଇଏଏସ୍‌ ନା ଇଭେଣ୍ଟ କମ୍ପାନୀ ମାଲିକ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଜଣେ  ଆଇଏଏସ ଅଫିସର ଏବେ କୁଆଡ଼େ ସରକାରୀ କାର୍ଯ୍ୟକ୍ରମ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ଦାୟିତ୍ୱ ସମ୍ଭାଳୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, ଏହି ଆଇଏଏସ୍ ଅଫିସର ଜଣକ କୁଆଡ଼େ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ପାଇଁ ଏକ ନିର୍ଦ୍ଦିଷ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ କିଭଳି ଦାୟିତ୍ୱ ମିଳିବ ତାହା ସୁନିଶ୍ଚିତ କରୁଛନ୍ତି। ଯଦି ସରକାରୀ କାର୍ଯ୍ୟକ୍ରମଟି ମେଗା ଇଭେଣ୍ଟ ହେଉଛି ତା’ହେଲେ ସେଥିରେ ବି ତାଙ୍କର ସମ୍ପର୍କ ଥିବା ଇଭେଣ୍ଟ କମ୍ପାନୀଟି କିଭଳି ଲାଭ ପାଇବ ତାହା କୁଆଡ଼େ ସୁନିଶ୍ଚିତ କରିବାକୁ ସେ ପଛାଉ ନାହାନ୍ତି।

ଚର୍ଚ୍ଚା ହେଉଛି, ଏହି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୁଆଡ଼େ ୮୦ ପ୍ରତିଶତ ସରକାରୀ କାର୍ଯ୍ୟକ୍ରମକୁ ସଂଚାଳନ କରିବାର ଦାୟିତ୍ୱ ନେଉଛି। ତା’ପୁଣି ବିନା ଟେଣ୍ଡରରେ। ସମ୍ପୃକ୍ତ ଆଇଏଏସଜଣକ ଜଣେ ହେଭିୱେଟ୍ ବାବୁ ହୋଇଥିବାରୁ ତାଙ୍କ କଥାକୁ ଅମାନ୍ୟ କରିବା ଅନ୍ୟ ବିଭାଗର ସଚିବ ଅବା ଅଧିକାରୀଙ୍କ ପାଇଁ ସମ୍ଭବପର ହେଉନି। କେବଳ ଏହି କରିତକର୍ମା ବାବୁଙ୍କ ଚାପରେ ସେହି ଇଭେଣ୍ଟ କମ୍ପାନୀକୁ କୁଆଡ଼େ ରାଜକୋଷ ଲୁଟିବାର ବ୍ଲାଙ୍କ୍ ଚେକ୍ ଧରାଇ ଦିଆଯାଉଛି। ଏପରିକି ସେହି ଇଭେଣ୍ଟ କମ୍ପାନୀ କିଭଳି ବିଲ୍ ପେମେଣ୍ଟ ପାଇବ ତାହା ବି ଏହି ବାବୁ ତଦାରଖ କରିବାକୁ କୁଆଡ଼େ ପଛାଉ ନାହାନ୍ତି।

ଚର୍ଚ୍ଚା ହେଉଛି, ଏହି ବାବୁଙ୍କ ଝିଅ ବାହାଘର ଦାୟିତ୍ୱ କୁଆଡ଼େ ସେହି ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ନେଇଥିଲା। ସେବେଠୁ ଏହି ସଂସ୍ଥା ସହ କୁଆଡ଼େ ବାବୁଙ୍କର ଏଭଳି ଫେଭିକଲ୍ ସମ୍ପର୍କ ଯେ ସରକାରୀସ୍ତରରେ ଯେଉଁ ସବୁ କାର୍ଯ୍ୟକ୍ରମ ହେଉଛି ସେଥିରେ ଏହି ସଂସ୍ଥା ଆଗଧାଡ଼ିରେ ରହୁଛି। ବାବୁ ଯେଉଁଭଳି ଢଙ୍ଗରେ ଏହି ସଂସ୍ଥା ପାଇଁ ଚାପ ପକାଉଛନ୍ତି କେତେକ କୁଆଡ଼େ ଏହି ସଂସ୍ଥାରେ ବାବୁଙ୍କ ଶେୟାର ରହିଛି ଅବା ପିସି କାରବାର ରହିଛି ବୋଲି କହିବାକୁ ପଛାଉ ନାହାନ୍ତି। ଅବଶ୍ୟ ବାବୁଙ୍କର ଟ୍ରାକ୍ ରେକର୍ଡ ଯାହା, ଏହି ସଂସ୍ଥା ମାଧ୍ୟମରେ ନିଜ ବ୍ୟାଙ୍କ ବାଲାନ୍ସ ବଢ଼ାଇବା ବି କିଛି ଅସମ୍ଭବ କଥା ନୁହେଁ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2DFBG2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages