
ନୂଆଦିଲ୍ଲୀ: ବିଗ୍ବସ୍ ହାଉସ୍ରେ ଦିନକୁ ଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। ଗୁରୁବାର ହାଉସ୍କୁ ଜ୍ୟୋତିଷ ସଞ୍ଜୟ ଜୁମାନୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ସଞ୍ଜୟ ଘରର ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ।
ଏଥିରେ ସଞ୍ଜୟ ଜସ୍ଲିନ୍, ଦୀପିକା, ସୌମୀ, ସୁରଭୀ, ସୃଷ୍ଟି ସମସ୍ତଙ୍କ ଭବିଷ୍ୟତ ବିଷୟରେ କିଛି ନା କିଛି କହିଥିଲେ।
ସେହି ସମୟରେ ଶ୍ରୀସନ୍ଥ ମଧ୍ୟ ନିଜ କ୍ରିକେଟ୍ କ୍ୟାରିୟର୍କୁ ନେଇ ପ୍ରଶ୍ନ କରିଥିଲେ ଯେ, ସେ ଭବିଷ୍ୟତରେ ପୁଣି କ୍ରିକେଟ୍ ଖେଳି ପାରିବେ କି ନାହିଁ।
ଏହାର ଉତ୍ତରରେ ସଞ୍ଜୟ ଗଣନା କରିବା ପରେ ଶ୍ରୀସନ୍ଥକୁ କହିଥିଲେ, “ତୁମ ଜୀବନରେ ପ୍ରତିବର୍ଷ କିଛି ନା କିଛି ନୂଆ ଘଟିବାକୁ ଯାଉଛି।“ ଖୁବ୍ଶୀଘ୍ର ଶ୍ରୀସନ୍ଥ ଖୁସି ଖବର ଶୁଣିବେ ବୋଲି ସେ ଭବିଷ୍ୟବାଣୀ କରିଥିଲେ।
ଦୀର୍ଘ ୮ବର୍ଷ ହେଲେ ଶ୍ରୀସନ୍ଥ ଭାରତୀୟ କ୍ରିକେଟ୍ ଦଳଠାରୁ ଦୂରରେ ରହିଛନ୍ତି। ଭବିଷ୍ୟତରେ ଇଣ୍ଟର୍ନ୍ୟାସ୍ନାଲ୍ କ୍ରିକେଟ୍ ଖେଳି ପାରିବେ କି ନାହିଁ ବୋଲି ସେ ସଞ୍ଜୟଙ୍କୁ ପଚାରିଥିଲେ।
ଏହାର ଉତ୍ତରରେ ସଞ୍ଜୟ କହିଥିଲେ, “ବର୍ତ୍ତମାନ ସମୟରେ ଆପଣଙ୍କୁ କ୍ରିକେଟ୍ ଖେଳିବା ପରିବର୍ତ୍ତେ କ୍ରିଏଟିଭ୍ ଫିଲ୍ଡରେ ଅଧିକ ଧ୍ୟାନ ଦେବା ଜରୁରୀ।”
ଶ୍ରୀସନ୍ଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି ବୋଲି ଅଙ୍କଜ୍ୟୋତିଷକୁ କହିଥିଲେ। ଅଙ୍କଜ୍ୟୋତିଷ ସଞ୍ଜୟ ତାଙ୍କୁ ଫିଲ୍ମରେ ହିଁ କାମ କରିବାକୁ ପରାମର୍ଶ ଦେଇଥିଲେ।
from Odisha Reporter https://ift.tt/2SZzqIe
No comments:
Post a Comment