
କଟକ (ଓଡ଼ିଶା ରିପୋର୍ଟର): ମହାନଦୀ ପୋଲରୁ ବସ୍ ଖସି ପଡ଼ିବା ଘଟଣାରେ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୁଲିସ୍ ଜଗତପୁର ଥାନାରେ ନିଜ ଆଡ଼ୁ ମାମଲା ରୁଜୁ କରିଛି।
ଦୁର୍ଘଟଣାଗ୍ରସ୍ତ ବସ୍ର ଡ୍ରାଇଭରଙ୍କ ନାଁ ଖଗେଶ୍ୱର ମୁଦୁଲି। ତାଙ୍କ ଅବସ୍ଥା ବି ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଗତକାଲି ଏହି ଦୁର୍ଘଟଣା ଘଟିଥିଲା। ‘ଜଗନ୍ନାଥ’ ନାମକ ଏହି ବସ୍ଟି ଅନୁଗୋଳ ଜିଲ୍ଲା ତାଳଚେରରୁ କଟକ ଆସୁଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୨ ଜଣ କଟକ ଏସ୍ସିବିରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟା ପନ୍ନ ରହିଛି।
ଏ ଘଟଣାର ତଦନ୍ତ କରିବାକୁ ଏକ ତିନି ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏମ୍ଭିଆଇଙ୍କୁ ନେଇ ଏହି କମିଟି ଗଠିତ ହୋଇଛି।
from Odisha Reporter https://ift.tt/2Qa29ev
No comments:
Post a Comment