
ମୋହନା (ମିହିର ଯତି): ଗୁଣିଆକୁ ଗିରଫ କରି ହଟହଟା ହେଲା ପୁଲିସ୍। ଲୋକେ ଗୁଣିଆଙ୍କୁ ପୁଲିସ୍ କବଳରୁ ଛଡ଼ାଇ ନେଲେ। ତା’ପରେ ଉପାୟହୀନ ପୁଲିସ୍ ଗାଁରୁ ଫେରି ଆସିଥିଲା। ଆଜି ଏମିତି ଏକ ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଣ୍ଟେଇକୋଳି ଗାଁରେ।
ସୂଚନା ଅନୁସାରେ, ଗତ ୩୧ ତାରିଖରେ ଏହି ଗାଁରେ ରଞ୍ଜନ ମଲ୍ଲିକ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ରଞ୍ଜନଙ୍କୁ କେହି ଗୁଣି କରି ମାରି ଦେଇଥିବା ଗାଁ ଲୋକେ ସନ୍ଦେହ କରୁଥିଲେ। ତେଣୁ ଅଭିଯୁକ୍ତକୁ ଧରିବା ପାଇଁ ସେମାନେ ଗୁଣିଆଙ୍କ ସାହାଯ୍ୟ ନେଇଥିଲେ।
ଆଜି ସକାଳେ ଗ୍ରାମବାସୀ ପୁଡ଼ାମାରୀ ଗାଁର ପରାମାନନ୍ଦ ପରିଚ୍ଛା ନାମକ ଜଣେ ଗୁଣିଆଙ୍କୁ ଡାକି ପୂଜାପାଠ କରୁଥିଲେ। ଏ ଖବର ପାଇ ପୁଲିସ୍ ଗାଁରେ ପହଞ୍ଚି ଥିଲା ଓ ଗୁଣିଆଙ୍କୁ ଗିରଫ କରିଥିଲା। ତେବେ ଗାଁ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଗାଁ ଲୋକେ ପୁଲିସ୍କୁ ଛାଡ଼ି ନଥିଲେ। ପରେ ସେମାନେ ଗୁଣିଆଙ୍କୁ ପୁଲିସ୍ କବଳରୁ ଛଡ଼ାଇ ନେଇଥିଲେ। ଶେଷରେ ପୁଲିସ୍ ଉପାୟଶୂନ୍ୟ ହୋଇ ଫେରି ଆସିଥିଲା।
from Odisha Reporter https://ift.tt/2PATZvy
No comments:
Post a Comment