
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ମହାପ୍ରସାଦର ଦାମ୍ ତାଲିକା ବ୍ୟବସ୍ଥା କରାଯିବ। କାର୍ତ୍ତିକ ମାସ ପରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ଆଜି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, “ମହାପ୍ରସାଦ ପ୍ରସ୍ତୁତି ନେଇ କେତେ ଟଙ୍କା ଖର୍ଚ୍ଚ କରାଯିବ ସେ ନେଇ ପ୍ରଥମେ ତର୍ଜମା ହେବ। ଏହାପରେ ଦର ତାଲିକା ନେଇ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହେବ।”
ସେ କହିଛନ୍ତି,“ ନଷ୍ଟ ହୋଇ ଆସୁଥିବା ପ୍ରତିମାକୁ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ଚଳନ୍ତି ପ୍ରତିମା ଭାବେ ପୂଜିତ ୪ ବିଗ୍ରହ ଲକ୍ଷ୍ମୀ, ନାରାୟଣ, ମଦନ ମୋହନ ଓ ବାମନ ବଦଳା ଯିବେ। ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇ ରହିଛି। କେବଳ ପ୍ରତିଷ୍ଠା କରାଯିବା ବାକି ରହିଛି। ମୂର୍ତ୍ତି ବଦଳାଇବାକୁ ନେଇ ପୁଷ୍ପାଳକ ଓ ସିଂହାରୀ ସେବାୟତଙ୍କ ପକ୍ଷରୁ ପ୍ରସ୍ତାବ ଆସିଥିଲା।”
from Odisha Reporter https://ift.tt/2PPAcJ5
No comments:
Post a Comment