ଦୀପାବଳି ପରଦିନ ବାଣ ଫୁଟାଇବାକୁ ନେଇ ଆକ୍ରମଣ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଦୀପାବଳି ପରଦିନ ବାଣ ଫୁଟାଇବାକୁ ନେଇ ଆକ୍ରମଣ!

785

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ ବାଣଫୁଟାକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ମାମୁ ଓ ମାଇଁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆହତମାନେ ହେଲେ ଗଗନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ଯୁବକଙ୍କ ନାଁ ଗଦାଧର।

ଦୀପାବଳି ପରଦିନ ଅର୍ଥାତ୍ ଗତକାଲି ଗଦାଧର ତାଙ୍କ ସ୍ତ୍ରୀ ସୀତାଙ୍କ ସହିତ ବାଣ ଫୁଟାଉଥିଲେ। ‘ଦୀପାବଳି ଗଲାଣି, ଆଜି କାହିଁକି ବାଣ ଫୁଟାଉଛୁ ବୋଲି’, ମାମୁମାଇଁ ଗଦାଧରଙ୍କୁ କହିଥିଲେ। ଏହାକୁ ନେଇ ଗଦାଧର ଓ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ପରେ ଗଦାଧର ଓ ତାଙ୍କ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ବ୍ୟାଟ୍ ଏବଂ କୋଦାଳରେ ଗଗନ ଓ ଶାନ୍ତିଲତାଙ୍କୁ ଆକ୍ରମଣ କରିଥିଲେ।

ଦୁହିଁଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସିଥିଲେ ଓ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।



from Odisha Reporter https://ift.tt/2PgzAfU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages