ଛତିଶଗଡ଼ରେ ରେକର୍ଡ ମତଦାନ ହାର @ ୭୬.୨୮% - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଛତିଶଗଡ଼ରେ ରେକର୍ଡ ମତଦାନ ହାର @ ୭୬.୨୮%

ରାୟପୁର: ଛତିଶଗଡ଼ର ବିଧାନସଭା ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟରେ ନକ୍ସଲପ୍ରବଣ ଅଞ୍ଚଳ ବସ୍ତର ଏବଂ ରାଜନନ୍ଦଗାଓଁରେ ୭୬.୨୮ % ଭୋଟିଂ ହୋଇଥିବା ଜଣାଯାଇଛି। ଏହା ସ୍ପଷ୍ଟ କରିଦେଇଛି ଲାଲ୍‌ଗଡ଼ର ଅଧିବାସୀ ବୁଲେଟ୍‌କୁ ଭୁଲି ବ୍ୟାଲଟ୍‌ ଉପରେ ଭରସା କରିଛନ୍ତି ଏବଂ ଗଣତନ୍ତ୍ରର ବିଜୟରେ ଯୋଦ୍ଧା ହେବାର ପ୍ରମାଣ କରିଛନ୍ତି।

ସୋମବାର ୧୦ଟା ବେଳକୁ ୬୬% ମତଦାନ ହୋଇଥିଲା, ଯାହାକି ଗତ ଥରର ୬୭%ର ନିକଟବର୍ତ୍ତୀ ହୋଇଥିଲା। ବିଚ୍ଛିନ୍ନାଞ୍ଚଳରୁ ତଥ୍ୟ ଆସିନଥିଲା ଏବଂ ଏସବୁକୁ ମଙ୍ଗବାର ଦିନ ହିସାବ କରିବାପରେ ଏହା ୭୬.୨୮ % ଛୁଇଁଥିବା ଜଣାଯାଇଛି। ୨୦୧୩ ବିଧାନସଭା ନିର୍ବାଚନର ମତଦାନ ୭୫.୯%ଠାରୁ ଏଥର ଅଧିକ ହୋଇଥିବା ଜଣାଯାଇଛି।

ନିର୍ବାଚନରେ ଭୋଟ୍‌ ନଦେଇ ଅସହଯୋଗ କରିବାକୁ ନକ୍ସଲମାନେ ଆହ୍ୱାନ ଦେଇଥିଲେ ମଧ୍ୟ ଏଠାକାର ଲୋକେ ଏହି ଧମକକୁ ଖାତିର ନକରି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ତିମ ପରିସଂଖ୍ୟାନ ଜାରି କରିବା ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି, ଡଙ୍ଗରଗାଓଁରେ ସର୍ବାଧିକ ୮୫.୧୫% ଭୋଟିଂ ହୋଇଥିବାବେଳେ ବିଜାପୁରରେ ସର୍ବନିମ୍ନ ୪୭.୩୫% ଭୋଟିଂ ହୋଇଛି। ବିଜାପୁର ଅଞ୍ଚଳ ଅତ୍ୟଧିକ ନକ୍ସଲପ୍ରବଣ ହୋଇଥିବାବେଳେ ଚଳିତ ବର୍ଷର ଭୋଟିଂହାର ଗତ ୧୦ ବର୍ଷରେ ସର୍ବାଧିକ। ୨୦୦୮ରେ ଭୋଟିଂ ହାର ୨୯% ଥିଲା ଏବଂ ୨୦୧୩ରେ ୪୫% ଥିଲା।

ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଗଡ଼ ରାଜନନ୍ଦଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଶ୍ଚର୍ଯ୍ୟଜନକଭାବେ ୭୮.୬୬% ଭୋଟିଂ ହୋଇଥିଲା। ସୋମବାର ୮ଟା ବେଳକୁ ଏହା ୭୦.୫% ଥିବା ହିସାବ କରାଯାଇଥିଲା।



from Odisha Reporter https://ift.tt/2OIMvSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages