ମହିଳା ଟି-୨୦ ବିଶ୍ୱକପ୍‌: ଶୁକ୍ରବାର ଭାରତ-ନ୍ୟୁଜିଲ୍ୟାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ମହିଳା ଟି-୨୦ ବିଶ୍ୱକପ୍‌: ଶୁକ୍ରବାର ଭାରତ-ନ୍ୟୁଜିଲ୍ୟାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍

ଗୁଏନା: ଆସନ୍ତାକାଲିଠାରୁ ୱେଷ୍ଟଇଣ୍ଡିଜ୍‌ର ଗୁଏନାଠାରେ ମହିଳା ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବ। କ୍ରିକେଟ୍‌ର ଏହି ମହାକୁମ୍ଭର ଉଦ୍‌ଘାଟନୀ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ। ତେବେ ୫୦ ଓଭର୍‌ ଫର୍ମାଟରେ ପ୍ରଭାବ ବିସ୍ତାର କରି ଗତବର୍ଷ ଫାଇନାଲ୍‌ରେ ପ୍ରବେଶ କରିଥିବା ମହିଳା ଦଳ ଏଯାଏ ଟି-୨୦ ମ୍ୟାଚ୍‌ରେ ନିଜର ଛାପ ଛାଡ଼ିପାରି ନାହିଁ।

ତେଣୁ ଏଥର ବିଶ୍ୱକପ୍‌ରେ ଦଳ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିବ। ଏକଥାକୁ ଅଧିନାୟକ ହରମନପ୍ରୀତ କୌର ଓ କୋଚ୍ ରମେଶ ପାୱାର ମଧ୍ୟ ସ୍ୱୀକାର କରିଛନ୍ତି।

ଏଥର ଭାରତ ପକ୍ଷରୁ ୬ଜଣ ଖେଳାଳି ପ୍ରଥମଥର ପାଇଁ ବିଶ୍ୱକପ୍‌ରେ ଡେବ୍ୟୁ କରିବେ। ଏଯାଏ ୫ଥର ଟି-୨୦ ବିଶ୍ୱକପ୍‌ ହୋଇଥିଲେ ହେଁ ଭାରତୀୟ ମହିଳା ଦଳ କେବେ ହେଲେ ଫାଇନାଲ୍‌ ଖେଳିନାହିଁ। ୨୦୦୯ ଓ ୨୦୧୦ରେ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ଉଭୟ ଥର ଦଳକୁ ପରାସ୍ତ ହେବାକୁ ପଡ଼ିଥିଲା।
୨୦୦୯ ଓ ୨୦୧୦କୁ ଛାଡ଼ିଦେଲେ ପ୍ରତି ୨ ବର୍ଷରେ ଥରେ ମହିଳା ବିଶ୍ୱକପ୍ ଆୟୋଜନ ହେଉଛି। ସେହିପରି ପ୍ରଥମଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ପୁରୁଷ ଦଳଙ୍କଠାରୁ ଅଲଗା ଭାବେ ଆୟୋଜନ କରାଯାଉଛି ।

ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତ ଅଭ୍ୟାସ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇଥିଲା। ତେଣୁ ଦଳ ଏଥର ଭଲ କରିବ ବୋଲି ସମସ୍ତେ ଆଶା କରିଛନ୍ତି।

ଭାରତୀୟ ମହିଳା ଦଳର ଓପନର ସ୍ମୃତି ମନ୍ଧାନା ଓ ମିତାଲୀ ରାଜଙ୍କ ଉପରେ ଆସନ୍ତାକାଲି ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିବ। ଏହାଛଡ଼ା ମଧ୍ୟକ୍ରମର ଭାର ଅଧିନାୟକ ହରମନପ୍ରୀତ ଓ ଜେମିମାଙ୍କ ଉପରେ ରହିଛି।
ସେହିପରି ବୋଲିଂରେ ପୂଜା ବସ୍ତ୍ରାକର, ରାଧା ଯାଦବ, ପୁନମ ଯାଦବ ଏବଂ ଅନୁଜା ପାଟିଲ ଭଲ ପ୍ରଦର୍ଶନ କଲେ ଟିମ୍‌ ଇଣ୍ଡିଆ ବେଶ ଆରାମରେ ମ୍ୟାଚ୍‌ ଜିତିପାରିବ।
ଅନ୍ୟପକ୍ଷରେ ୨୦୦୯ ଓ ୨୦୧୦ ବିଶ୍ୱକପ୍‌ର ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟରେ ରହିବ। ଦଳର ବ୍ୟାଟିଂ ବିଭାଗ ବେଶ୍ ସନ୍ତୁଳିତ। ନ୍ୟୁଜିଲ୍ୟାଣ୍ଡ ଦୁଇଟି ଅଭ୍ୟାସ୍‌ ମ୍ୟାଚ୍‌ରୁ ଗୋଟିଏରେ ବିଜୟ ହୋଇଥିବା ବେଳେ ଗୋଟିଏରେ ହାରିଛି।

୧୬ ଦିନ ଧରି ହେବାକୁ ଥିବା ଏହି କ୍ରିକେଟ୍‌ ମହାକୁମ୍ଭରେ ୧୦ଟି ଦଳ ଭାଗନେବେ। ଏମାନଙ୍କୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ-ଏ’ରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ରହିଛନ୍ତି। ସେହିପରି ଗ୍ରୁପ୍-ବି’ରେ ଭାରତ ସହ ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ରହିଛନ୍ତି।

ଭାରତ ଓ ପାକିସ୍ତାନ ବିଶ୍ୱକପ୍‌ରେ ୧୧ ତାରିଖରେ ମୁହାଁମୁହିଁ ହେବେ। ସେହିପରି ୧୩ରେ ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଲିଗ ମ୍ୟାଚ୍‌ଟି ଟିମ୍‌ ଇଣ୍ଡିଆ ୧୭ ତାରିଖରେ ଖେଳିବ।
ଭାରତର ସମସ୍ତ ମ୍ୟାଚ ଗୁଏନାରେ ଭାରତୀୟ ସମୟ ରାତି ୮ଟା ୩୦ରୁ ଆରମ୍ଭ ହେବ । ୨୪ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ।



from Odisha Reporter https://ift.tt/2Oxbic8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages