ମୁଣ୍ଡରୁ ଗୋଡ ଯାଏଁ ଦରଜରେ ଫାଟି ପଡୁଛି ରାକ୍ଷୀଙ୍କ ଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ମୁଣ୍ଡରୁ ଗୋଡ ଯାଏଁ ଦରଜରେ ଫାଟି ପଡୁଛି ରାକ୍ଷୀଙ୍କ ଶରୀର

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଏଇଲେ ହସ୍ପିଟାଲରେ। ବେକଶଣ୍ଢାରୁ ପାଦ ଯାଏଁ ଏବେ ଖାଲି ବ୍ୟାଥା ଆଉ ବ୍ୟଥା। ସବୁ ବେଳେ କିଛି ନା କିଛି କହି ଚର୍ଚ୍ଚାରେ ରହୁଥିବା ରାକ୍ଷୀ ଏବେ ରେଜେଇ ଘୋଡାଇ ହୋଇ ଶୋଉଛନ୍ତି। ହସ୍ପିଟାଲରେ ତାଙ୍କ ଦିନ କଟୁଛି। ଗ୍ଲାମର ନାହିଁ କି ନାହିଁ ବିବାଦୀୟ ଚର୍ଚ୍ଚା।

ନିକଟତର ଲୋକେ ଭେଟିବାକୁ ଆସି ତାଙ୍କୁ ସମବେଦନା ଜଣାଇ ଯାଉଛନ୍ତି। ଆଉ ରାକ୍ଷୀ ସେମାନଙ୍କୁ ନିଜ ଦୁଃଖ ବିଷୟରେ କହିବାକୁ ବି ପଛାଉ ନାହାନ୍ତି। ଆଉ ଦିନ ତମାମ୍‌ର କଥାକୁ ଫଟୋ କରି ପୋଷ୍ଟ କରୁଛନ୍ତି ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ।

ନିକଟରେ ତାଙ୍କୁ ଭେଟିବାକୁ ଆସିଥିଲେ ଭାରତୀୟ ରେସ୍‌ଲର ଦି ଗ୍ରେଟ୍‌ ଖଲି। ଖଲି ରାକ୍ଷୀଙ୍କୁ ହସ୍ପିଟାଲ ବେଡ୍‌ରେ ଭେଟୁଥିବା ନେଇ ଏକ ଫଟୋ ମଧ୍ୟ ସେୟାର ହୋଇଛି। ଯେଉଁଥିରେ ରେଜେଇ ଘୋଡାଇ ହୋଇ ସେ ଶୋଇଛନ୍ତି। ଆଉ ପାଖରେ ବସିଛନ୍ତି ଖଲି।

ରାକ୍ଷୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ତାଙ୍କର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଘାତ ଲାଗିଛି। ବିଶେଷ କରି ତାଙ୍କ ବେକ ଓ ପିଠି ଅପେକ୍ଷାକୃତ ଅଧିକ ଆଘାତ ସହିଛି। ଏଣୁ ସେ ବେକ ବୁଲାଇ ପାରୁ ନାହାନ୍ତି କି ପିଠି ସଳଖି ପାରୁ ନାହାନ୍ତି।

ତାଙ୍କ ଅବସ୍ଥା ଦେଖି ଫ୍ୟାନ୍‌ମାନେ ଭାରି ଚିନ୍ତିତ। ହେଲେ ରାକ୍ଷୀ ଏବେ ହସ୍ପିଟାଲ ବେଡ୍‌ରେ ବି ସେଇ ଗୋଟିଏ କଥା ଘୋସି ହେଉଛନ୍ତି।

“ମୁଁ ତ ନାଚିବାକୁ ଷ୍ଟେଜ୍‌ ଉପରେ ଚଢିଥିଲି, ହେଲେ ସେ ମୋତେ ଟେକି କଚାଡି ଦେଲା କ’ଣ ପାଇଁ ??

ରାକ୍ଷୀଙ୍କ ଅଣ୍ଟା ଭାଙ୍ଗିଗଲା



from Odisha Reporter https://ift.tt/2qOIPFi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages