ପଠାଉଥିଲା ଅଶ୍ଲୀଳ ମେସେଜ୍‌, ଅବାଗିଆ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ପଠାଉଥିଲା ଅଶ୍ଲୀଳ ମେସେଜ୍‌, ଅବାଗିଆ ଫଟୋ

ଅଲ୍ଲିଗଡ: ରସିକପଣିଆ ପାଇଁ ଜଣେ ଯୁବକଙ୍କୁ ହଟ୍ଟହଟ୍ଟା ହେବାକୁ ପଡ଼ିଛି। ଧରାପଡ଼ିବା ପରେ ଗାଁ ଲୋକେ ତାଙ୍କୁ ସାତବେଣ୍ଟିଆ କରି ମୁହଁରେ  ଚୁନକାଳି ବୋଳିଛନ୍ତି।

ଉତ୍ତରପ୍ରଦେଶର ଅଲ୍ଲିଗଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣାଟି ବର୍ତ୍ତମାନ ସେହି  ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଯୁବକ ଜଣକ ସୋଶାଲ ମିଡିଆରେ ଝିଅଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇବା ସହିତ ଖରାପ ଭିଡିଓ ସେୟାର୍‌ କରୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଯୁବକଙ୍କୁ କିଛି ଲୋକ ତାଙ୍କ ଘରୁ ଜୋର୍‌ଜବରଦସ୍ତ ଭିଡ଼ିଆଣି ମାଡ଼ ମାରିବା ସହ ସାତ ବେଣ୍ଟିଆ କରି ଦେଇଥିଲେ। ଏହାପରେ ତାଙ୍କୁ ନିକଟସ୍ଥ କେନାଲ୍‌ ପାଖକୁ ନେଇ ପାଣିରେ ବୁଡାଇ ମାରିବା ପାଇଁ ଉଦ୍ୟମ କରିଥିଲେ। କେବଳ ଏତିକି ନୁହେଁ କିଛି ଯୁବକ ଏହି ଘଟଣାର ଭିଡିଓ ରେକଡିଂ ମଧ୍ୟ କରିଛନ୍ତି।

ଯୁବକଙ୍କର ଏହି ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ସେୟାର୍‌ ହେବାରେ ଲାଗିଛି। ମାଡ଼ ଖାଇବା ପରେ ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ପୁଲିସ୍‌ର ଜିମା ଦେଇଛନ୍ତି। ବର୍ତ୍ତମାନ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2QS3xzP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages