ବିଶ୍ୱକପ୍ ହକିରେ ଭାଗ ନେଇ ନପାରେ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବିଶ୍ୱକପ୍ ହକିରେ ଭାଗ ନେଇ ନପାରେ ପାକିସ୍ତାନ

pakistan

ନୂଆଦିଲ୍ଲୀ: ନଭେମ୍ବର ୨୮ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ବିଶ୍ୱକପ୍ ହକି। ତେବେ ଏଥିରେ ପାକିସ୍ତାନ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ପାକିସ୍ତାନର ହକି ଟିମ୍ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟ ବିଶ୍ୱକପ୍ ହକିରେ ଭାଗ ନେବା ପାଇଁ ଜାତୀୟ ହକି ଟିମ୍‌କୁ ଆର୍ଥିକ ସହାୟତା ଦେବାକୁ ମନା କରି ଦେଇଛି। ହକି ଟିମ୍‌ର ଯିବାଆସିବା ଖର୍ଚ୍ଚ ସହିତ ଖେଳାଳିଙ୍କୁ ବକେୟା ଅର୍ଥ ଦେବା ପାଇଁ ପାକିସ୍ତାନ ହକି ମହାସଂଘ (ପିଏଚ୍‌ଏଫ୍‌) ପିସିବିକୁ ଋଣ ମାଗିଥିଲା।

ପାକିସ୍ତାନର ମୁଖ୍ୟକୋଚ୍ ତାକିର ଦାର୍ ଓ ମ୍ୟାନେଜର ହସନ ସରଦାର କହିଛନ୍ତି, ପିସିବି ମୁଖ୍ୟ ଏହସାନ ସନିଙ୍କ ସହିତ ଏ ନେଇ କଥାବାର୍ତ୍ତା ହୋଇଥିଲା। ପିଏଚ୍‌ଏଫ୍‌କୁ କୌଣସି ପ୍ରକାର ଋଣ ଦେଇ ହେବନି ବୋଲି ସେ ସ୍ପଷ୍ଟ ଭାବେ କହିଥିଲେ।

ଦାର୍ କହିଛନ୍ତି,“ଋଣ ନ ଦେବା ପଛରେ ପିସିବି ମୁଖ୍ୟ ଏହସାନ ଯୁକ୍ତି ବାଢ଼ିଥିଲେ ଯେ ପାକିସ୍ତାନ ହକି ମହାସଂଘ ଲେଫ୍ଟନାଣ୍ଟ ଜେନେରାଲ (ସେବାନିବୃତ) ତୌକିର ଜିୟାଙ୍କ କାର୍ଯ୍ୟକାଳ ବେଳେ ଋଣ ନେଇଥିଲା। କିନ୍ତୁ ଏଯାଏ ସେହି ଋଣ ଅର୍ଥ ପରିଶୋଧ କରି ନାହିଁ।”

ପାକିସ୍ତାନ ହକି ମହାସଂଘର ସଂପାଦକ ଶାହବାଜ ଅହମଦ କହିଛନ୍ତି ଯେ ବିଶ୍ୱକପ୍‌ରେ ପାକିସ୍ତାନ ହକି ଟିମ୍ ଭାଗ ନେବା ସମ୍ଭାବନା କମ୍। ସରକାରଙ୍କରୁ ୮୦ ଲକ୍ଷ ଟଙ୍କାର ଅନୁଦାନ ମଗା ଯାଇଥିଲା। କିନ୍ତ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏନେଇ କୌଣସି ଉତ୍ତର ଆସିନାହିଁ।

ଶାହବାଜ କହିଛନ୍ତି,“ଯଦି ଟିମ୍ ବିଶ୍ୱକପ୍‌ରେ ଭାଗ ନ ନିଏ, ତା’ହେଲେ ପାକିସ୍ତାନର ଛବି ସାରା ବିଶ୍ୱରେ ଖରାପ ହେବ। ତା’ହିତ ଏଫ୍‌ଆଇଏଚ୍‌କୁ ଜରିମାନା ଦେବାକୁ ହେବ।”

ଏସିଆନ ଚାମ୍ପିୟନ୍ସ ଟ୍ରଫି ଓ ତା’ପୂର୍ବରୁ ହୋଇଥିବା ଅଭ୍ୟାସ ଶିବିର ପାଇଁ ପାକିସ୍ତାନୀ ହକି ଟିମ୍‌ର ଖେଳାଳିଙ୍କୁ ଏଯାଏ ଦୈନିକ ଭତ୍ତା ମିଳିପାରି ନାହିଁ।



from Odisha Reporter https://ift.tt/2zCyfoX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages