ଭଂଶାଲୀଙ୍କ ସହ କାମ କରିବାକୁ ଏମିତି ସର୍ତ୍ତ ରଖିଲେ କରୀନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଭଂଶାଲୀଙ୍କ ସହ କାମ କରିବାକୁ ଏମିତି ସର୍ତ୍ତ ରଖିଲେ କରୀନା !

ମୁମ୍ବାଇ : ବଲିଉଡ୍‌ ବେବୋ ତଥା ଅଭିନେତ୍ରୀ କରୀନା କପୁର ଅଭିନୟ ଆଉ ପର୍ସନାଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଶିରିଅସ୍‌। ସେ ଜଣେ ଦକ୍ଷ ଅଭିନେତ୍ରୀ, ଭଲ ଝିଅ ଆଉ ଭଲ ପତ୍ନୀ । ଖାଲି ସେତିକି ନୁହେଁ ସେ ଜଣେ ଯତ୍ନଶୀଳ ଓ ଦାୟିତ୍ୱବାନ୍ ମା’ ମଧ୍ୟ।

ଏ କଥା କହିବାର ଅଭିପ୍ରାୟ ଏହା ଯେ, ପୁଅ ତୈମୁର ପାଇଁ ସେ ନିକଟରେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ହୁଏତ ତାଙ୍କ ପରି ଜଣେ ସେଲିବ୍ରିଟି ନେବା ଏତେ ସହଜ ନୁହେଁ।

ରିପୋର୍ଟ ମୁତାବକ, ତାଙ୍କୁ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବା ନେଇ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେଇ ସେ କହିଥିଲେ- ‘‘ମୁଁ ଏବେ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବା ପାଇଁ ରାଜି । କିନ୍ତୁ ଗୋଟେ ସର୍ତ୍ତରେ । ତୈମୁରଙ୍କୁ ୧୦ବର୍ଷ ହେବା ପରେ ହିଁ  ମୁଁ ଭଂଶାଲୀଙ୍କ ସହ କାମ ଆରମ୍ଭ କରିବି । ଏବେ ଆଦୌ  ନୁହେଁ । ଏବେ ମୁଁ ତୈମୁରଙ୍କୁ ଏକା ଛାଡ଼ି ପାରିବି ନାହିଁ। ତାଙ୍କୁ ଏବେ ମୋର ଖୁବ୍‌ ଆବଶ୍ୟକତ ଅଛି। ତାଙ୍କୁ ଛାଡ଼ି ମୁଁ ବେଶିଦିନ ପର୍ଯ୍ୟନ୍ତ କୌଣସି ଫଲ୍ମ ଶୁଟିଂ କରି ପାରିବି ନାହିଁ।”

କରୀନା ପୂର୍ବରୁ ଏହି କାରଣରୁ ଦୁଇ ଦୁଇଟି ଫିଲ୍ମକୁ ହାତଛଡ଼ା କରି ସାରିଛନ୍ତି। ପୂର୍ବରୁ ରାମ୍‌ଲୀଲାରେ କରୀନାଙ୍କୁ କାଷ୍ଟ୍‌ କରାଯାଇଥିଲା । କିନ୍ତୁ ସେ ଅଳ୍ପ କିଛିଦିନ ଶୁଟିଂ କରି ଫିଲ୍ମ ଛାଡ଼ି ଦେଇଥିଲେ। କାରଣ ଫିଲ୍ମ ଶୁଟିଂ ପାଇଁ ଖୁବ୍‌ ଅଧିକ ଦିନ ଦେବାକୁ ପଡ଼ିଥାନ୍ତା, ଯାହା ସେ କରିପାରି ନ ଥାନ୍ତେ।

ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ବି ସଲ୍‌ମାନ୍ ଓ କରୀନାଙ୍କୁ ଲିଡ୍‌ ଚରିତ୍ରରେ ନେବାକୁ ନିଷ୍ପତ୍ତି ନେଇଥିଲେ ଭଂଶାଲୀ। ସେ ଏକ ପୋଷ୍ଟର ମଧ୍ୟ ରିଲିଜ୍‌ କରିଥିଲେ। କିନ୍ତୁ ସେ ଇଚ୍ଛା ବି ଭଂଶାଲୀଙ୍କର ପୂରା ହୋଇ ପାରିଲାନି। ପରେ ସେଥିରେ ଦୀପିକା ପଦୁକୋନ୍‌ ଓ ରଣବୀର ସିଂହଙ୍କୁ ନିଆଯାଇଥିଲା। ଆଉ ଫିଲ୍ମଟି ଖୁବ୍‌ ସୁପରହିଟ୍ ମଧ୍ୟ ହୋଇଥିଲା।



from Odisha Reporter https://ift.tt/2Kvd657

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages